(ପ୍ରିୟଦର୍ଶନୀ ସ୍ୱାଇଁ / ରିପୋଟରର୍ସ ଟୁଡ଼େ)ଭୁବନେଶ୍ୱର : ଗଛ ଲଗାଇବା ଏବଂ ଗଛକୁ ବଞ୍ଚାଇବା ଏକ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଅଟେ । ଗଛର ଅବଦାନ ଜୀବଜଗତ ପାଇଁ ବହୁ ମୂଲ୍ୟବାନ । ତେବେ ଶାସ୍ତ୍ର ଅନୁସାରେ ଏମିତି ଅନେକ ଗଛ ରହିଛି ଯାହା ଘର ଚାରିପାଖରେ ରହିବା ଶୁଭ ଏବଂ ଅଶୁଭ ହୋଇଥାଏ । ଏହି ପରିପେକ୍ଷୀରେ ଆମେ କହିବୁ ଅଶ୍ୱତ୍ଥ ଗଛ ବା ଓସ୍ତ ଗଛ ସମ୍ପର୍କରେ । ଆସନ୍ତୁ ଜାଣିବା ଅଗଣାରେ ଓସ୍ତ ଗଛ ଥିଲେ ତାର କି ପ୍ରଭାବ ପଡିଥାଏ ଘର ଉପରେ :
–ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଘରର ପୂର୍ବ ଦିଗରେ ଯଦି ଓସ୍ତ ଗଛ ରହିଥାଏ ତେବେ ଆପଣ ସର୍ବଦା ଭୟରେ ରହିବା ସହ ନିର୍ଦ୍ଧନ ହୋଇ ଥାଆନ୍ତି।
–ଓସ୍ତ ଗଛକୁ ଲଗାଇବାବେଳେ ଆପଣ ବିଧିବିଧାନ ସହିତ ଉଚିତ୍ ପୂଜା କରି ଠିକ୍ ଦିନ ବାରରେ ଏକ କୁଣ୍ଡରେ ସ୍ଥାପନ କରି
ମନ୍ଦିରରେ ରଖିଦେବା ଶୁଭପ୍ରଦ ହୋଇଥାଏ।
–ଯଦି ଓସ୍ତ ଗଛ ଆପଣଙ୍କ ଘରର ଅଗଣା ରହିଛି ତେବେ ଏହା ନାକାରତ୍ମକ ଶକ୍ତିର ସଞ୍ଚାର କରିଥାଏ। ଏହା ସହିତ ପରିବାରରେ କାହାର ଉନ୍ନତି ହୋଇନଥାଏ।
–ଯଦି ଆପଣଙ୍କ ଘର ଉପରେ ବାହାରେ ଥିବା କୌଣସି ଓସ୍ତ ଗଛର ଛାୟା ପଡୁଥାଏ ତେବେ ଏହାଦ୍ବାରା ପରିବାରର ବଂଶ ବୃଦ୍ଧିରେ ଅନେକ ବାଧା ସୃଷ୍ଟି କରିଥାଏ।
– ଏହା ସହିତ ଆପଣଙ୍କ ଘରେ ଯଦି ଓସ୍ତ ଗଛର ଛାୟା ପଡୁଥାଏ ତେବେ ଏହା ଆପଣଙ୍କ ଘରେ ବିବାହ କରିବାକୁ ଥିବା ପୁଅ ଝିଅଙ୍କ ପାଇଁ ବାଧା ଉପୁଯାୟୀବା ସହ ବୈବାହିକ ଜୀବନରେ ବାଧାବିଘ୍ନ ସୃଷ୍ଟି କରିଥାଏ।
–ଆପଣଙ୍କ ଘରେ ଯଦି କୌଣସି ସ୍ଥାନରେ ଓସ୍ତ ଗଛ ଉଠିଥାଏ ତେବେ ତାହାକୁ କାଟନ୍ତୁ ନାହିଁ। ଏପରି କଲେ, ପିତୃପୁରୁଷଙ୍କୁ କଷ୍ଟ ମିଳିଥାଏ। ଏହାସହ ବଂଶବୃଦ୍ଧିରେ କ୍ଷତି ପହଞ୍ଚିଥାଏ।
–ଅପରପକ୍ଷେ ଯଦି ଗଛ ଛୋଟ ହୋଇଥାଏ ତେବେ ପୂଜାଯଜ୍ଞ କରି ପବିତ୍ର କାର୍ଯ୍ୟ କରିବା ଲକ୍ଷ୍ୟରେ ଓସ୍ତ ଗଛକୁ ଉପୁଡାଇ ଅନ୍ୟ ସ୍ଥାନରେ ଲଗାନ୍ତୁ । ବଡ଼ ହୋଇଥିଲେ କାଟି ଦିଅନ୍ତୁ ।
ଏପରି କଲେ କୌଣସି ଦୋଷ ନ ଥାଏ ବୋଲି କୁହାଯାଏ। ଏହି କାର୍ଯ୍ୟ କେବଳ ରବିବାର ଦିନ ହିଁ କରନ୍ତୁ ।