ଫୁଲବାଣୀ: ବୌଦ୍ଧ- କନ୍ଧମାଳ ସୀମାନ୍ତରେ OSRTC ବସ ଦୁର୍ଘଟଣାଗସ୍ତ । ଭାରସାମ୍ୟ ହରାଇ ଘାଟିରେ ଓଲଟି ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ OSRTC ବସଟି ଫୁଲବାଣୀରୁ ଅନୁଗୋଳ ଅଭିମୁଖେ ଯାଉଥିବା ବେଳେ ରାଣୀପଥର ଘାଟିରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ବସର କାଚକୁ ଭାଙ୍ଗି ଯାତ୍ରମୀମାନଙ୍କୁ ଉଦ୍ଧାର କରାଯାଇଛି। ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ରେ ୪୫ ଜଣ ଯାତ୍ରୀ ରହିଥିବା ବେଳେ ଦୁର୍ଘଟଣା ପରେ ଗାଡ଼ି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା।