ଅନୁଗୁଳ: ଚପର ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯବାନ ସହିଦ । ତାଳଚେର କୁନ୍ଦଳା କୃଷ୍ଣଚନ୍ଦ୍ରପୁର ଗ୍ରାମର ରାଣାପ୍ରତାପ ଦାସ ଏହି ଦୁର୍ଘଟଣାରେ ସହିଦ ହୋଇଛନ୍ତି । ଇଣ୍ଡିଆନ ଏୟାର ଫୋର୍ସରେ ଜୁନିୟର ୱାରାଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ ରାଣାପ୍ରତାପ । ଗତକାଲି ତାମିଲନାଡୁ କୁନ୍ନୁରରେ ହୋଇଥିବା ଚପର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଓଡିଆ ଯବାନ । ଏହି ଦୁର୍ଘଟଣାରେ ଉଊଝ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ୱେଲିଂଟନର ଡିଫେନ୍ସ ସର୍ଭିସେସ ଷ୍ଟାଫକଲେଜକୁ ଗସ୍ତ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିପିନ ରାୱତଙ୍କ ଚପର । ହେଲିକପ୍ଟର ଦୁର୍ଘଟଣା ପରେ ବାୟୁସେନା ତରଫରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି ।