ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗକୁ ଆଶ୍ୱସ୍ତି : ହାଇକୋର୍ଟରୁ ମିଳିଲା ଜାମିନ

0

ଭୁବନେଶ୍ୱର : ଅର୍ଚ୍ଚନା ନାଗକୁ ବଡ ଆଶ୍ୱସ୍ତି । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ପକ୍ଷରୁ ଜାମିନ୍ । ପୂର୍ବରୁ ୨ଟି ମାମଲାରରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଛି । ସମସ୍ତ ୩ଟି ମାଲଲାରେ ଜାମିନ ମିଳିଥିବାରୁ ଖୁବଶୀଘ୍ର ଅର୍ଚ୍ଚନା ନାଗ ଜେଲରୁ ମୁକୁଳିପାରନ୍ତି । ପୂର୍ବରୁ ନୟାପଲ୍ଲୀ ଥାନା ମାମଲା ଓ ଖଣ୍ଡଗିରି ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ ।ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତିର ମାଲି ହୋଇଥିବା ଅଭିଯୋଗ ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା ।