ଡେରିରେ ଅଫସିରେ ପହଞ୍ଚିବାରୁ ସିଡିଏର ୧୮ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଡେରିରେ ଅଫସିରେ ପହଞ୍ଚିଲେ କଟିବ ଦରମା । କାରଣ ଅଫିସ ଯେଉଁମାନେ ଏବେ ଲେଟ୍ ରେ ଆସିବେ, ସେମାନଙ୍କର ଦରମା କଟିବ ବୋଲି ନିର୍ଦ୍ଦେଶ ରହିଛି । ତେବେ ବିଳମ୍ବରେ ଅଫିସ ଆସୁଥିବା ସିଡିଏର ୧୮ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଉନ୍ନୟନ କତ୍ତୃପକ୍ଷର ସଚିବ ଶ୍ୱେତ କୁମାର ଦାଶ । ବାରାମ୍ବାର ତାଗିଦ୍ ସତ୍ତେ୍ୱ କିଛି କର୍ମଚାରୀ ଅଫସକୁ ଠିକ୍ ସମୟରେ ଆସୁ ନଥିଲେ । ତେବେ କଟକ ଉନ୍ନୟନ କତ୍ତୃପକ୍ଷର ବହୁ କର୍ମଚାରୀ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟକୁ ଆସୁନଥିବାରୁ ସାଧାରଣ ଲୋକେ ଅନେକ ସୁବିଧାର ସମ୍ମୁଖୀନ ହେଉଛନ୍ତି । ଜନସାଧାରଣ କୌଣସି କାର୍ଯ୍ୟ ପାଇଁ ଦିନ ୧୦ ଟାରେ ସିଡିଏ କାଯ୍ୟାଳୟରେ ପହଞ୍ଚିଥିଲେ ବି କର୍ମଚାରୀ କିନ୍ତୁ ଆସିନଥାନ୍ତି । ଏପରିକି ଦିନ ୧୨ ପର୍ଯ୍ୟନ୍ତ ବି ବହୁ କର୍ମଚାରୀ ଆସୁ ନଥିବାରୁ ବରିଷ୍ଠ ନାଗରିକଙ୍କ ସମେତ ଅନେକ ବ୍ୟକ୍ତି କାର୍ଯ୍ୟାଳୟରୁ ନିରାଶ ହୋଇ ଫେରୁଥିଲେ । କଟକ ଉନ୍ନୟନ କର୍ତ୍ତୃପକ୍ଷ ( ସିଡିଏ )ର ସଚିବ ଶ୍ଵେତ କୁମାର ଦାଶ କାର୍ୟ୍ୟରେ ଯୋଗଦେବା ପରେ ତାଙ୍କୁ ଏନେଇ ଅନେକ ଲୋକ ଅଭିଯୋଗ କରିଥିଲେ । ଫଳରେ ନିର୍ଦ୍ଧାରିତ ସମୟରେ ଅଫିସ ଆସିବା ପାଇଁ ପ୍ରଥମେ କର୍ମଚାରୀମାନଙ୍କୁ ତାଗିଦ କରାଯାଇଥିଲା । ସିଡିଏର କେତେକ ବିଭାଗର ରେଜିଷ୍ଟର ମଗାଇବା ପରେ ଅନେକ କର୍ମଚାରୀ ସାଢ଼େ ୧୧ଟା ସୁଦ୍ଧା ବି କାର୍ୟ୍ୟାଳୟକୁ ଆସିନଥିବା ଦେଖିବାକୁ ପାଇଥିଲେ । ଏପରିକି କାର୍ୟ୍ୟରେ ଅବହେଳା କରିଥିବା ଏହି କର୍ମଚାରୀମାନଙ୍କ ଦରମା ବନ୍ଦ ପାଇଁ ସଚିବ ତୁରନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଯଦି କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଅଫିସ ନଆସନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ଶ୍ଵେତ କୁମାର ଦାଶ ସତର୍କ କରାଇ ଦେଇଛନ୍ତି ।