ସରକାରଙ୍କ ବିରୋଧରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀଙ୍କ ମେଣ୍ଟ ‘ଇଣ୍ଡିଆ’

ନୂଆଦିଲ୍ଲୀ:  ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଚାଲିପାରୁନି ଗୃହ କାର୍ଯ୍ୟ । ବିରୋଧୀଙ୍କ ମେଣ୍ଟ ‘ଇଣ୍ଡିଆ’ ଏଥିପାଇଁ ସରକାରଙ୍କ ବିରୋଧରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରିଛନ୍ତି ।

ବିରୋଧୀ ଦାବି କରୁଛନ୍ତି ଯେ, ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ନିଜ ମନ୍ତବ୍ୟ ରଖନ୍ତୁ । ହେଲେ ସରକାର ଏଥିପାଇଁ ଅମିତ ଶାହାଙ୍କୁ ଚୟନ କରିଛନ୍ତି ଯାହାକୁ ଗ୍ରହଣ କରିପାରୁନାହାନ୍ତି ବିରୋଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଅନ୍ୟ କେହି ବି ମଣିପୁର ପ୍ରସଙ୍ଗରେ କହିଲେ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିରୋଧୀ । ସରକାରଙ୍କ ବିରୋଧରେ ବିରୋଧୀ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଏହି ରଣନୀତି ଅନୁସାରେ ମୌସୁମୀ ଅଧିବେଶନରେ କେବଳ ବିଜେପି ମନ୍ତ୍ରୀ ନିତୀନ ଗଡକରୀ ଓ ଅନ୍ୟଦଳ ନେତାଙ୍କୁ କହିବାକୁ ଦିଆଯିବ । ଅନ୍ୟ ମନ୍ତ୍ରୀଙ୍କୁ ନିଜର ମନ୍ତବ୍ୟ ରଖିବାକୁ ଦିଆଯିବ ନାହିଁ ବୋଲି ଯୋଜନା କରିଛନ୍ତି ବିରୋଧୀ ।