ରିପୋର୍ଟର୍ସ ଟୁଡେ ବ୍ୟୁରୋ; ବିଜେଡିର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କୁମ୍ଭମପାଟି ।
ନବୀନ ନିବାସ ଯାଇ ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟ କଥା ପଚାରି ବୁଝିଲେ ରାଜ୍ୟପାଳ । ନିକଟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଥିଲେ ନବୀନ ।
ସୁସ୍ଥ ହେବାପରେ ନବୀନ ନିବାସଙ୍କୁ ଫେରିଥିଲେ । ଏହାପରେ ତାଙ୍କୁ ତାଙ୍କ ପାର୍ଟିର କର୍ମୀ ଭେଟୁଛନ୍ତି ।
ଏହାସହିତ ଫୋନରେ କଥା ହୋଇ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଏହାପରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ ।