ଡାଏରୀ ଥିଓରି ସନ୍ଦେହକୁ ଅଧିକ ଘନୀଭୂତ କରୁଛି : ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆଣିଲେ ନୂଆ ଥିଓରି । ସେ କହିଛନ୍ତି ତଦନ୍ତବେଳେ ଗୋପାଳଠୁ ଡ଼ାଏରି ମିଳିଥିଲା ବୋଲି ପୋଲିସ କହିଥିଲା ନବ ହତ୍ୟାକାଣ୍ଡ ରେ ଡ଼ାଏରି ଥିଓରି ସନ୍ଧେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରି ଲେଖିବ । ଗୋପାଳ ଜରିଆରେ ଏବେ ଡାଏରି ରେ ଲେଖି ନବ ହତ୍ୟାକାଣ୍ଡ କୁ ଚପେଇବାକୁ ଉଦ୍ୟମ ହେଉଛି। ସେଥିରେ ନବ ଚରିତ୍ର ଗୋପାଳର ରାଗ ଉପରେ ଲେଖାଇଦେବେ । ମୁଦାଲାକୁ ବଞ୍ଚେଇବା କୁ ଉଦ୍ୟମ କରୁଛନ୍ତି ସରକାର । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ନବ ହତ୍ୟାକାଣ୍ଡ ରେ ବଡ଼ ଷଡ଼ଯନ୍ତ୍ର ରହିଛି। ଆଇନଶୃଙ୍ଖଳା ନେଇ ଆମେ ଯେଉଁ ପ୍ରସଙ୍ଗ ଉଠାଇ ଥିଲୁ ତାହାର ନିର୍ୟ୍ୟାସ ବହାରିନି । ସରକାର ଗୋପାଳ କୁ ପାଗଳ କରିବାକୁ ଚାହୁଁଥିଲେ । କୋର୍ଟ ଏବଂ ଡାକ୍ତର ଟିମ କହି ଦେଲେ ସେ ପାଗଳ ନୁହେଁ । ତେବେ ପୁଣି କ୍ରାଇମବ୍ରାଞ୍ଚ କହିଁକି ବାଙ୍ଗାଲୋର ନେବାକୁ । ଏହା ସହ ଖଣି ଖଦାନ ଲୁଟ, ଜଙ୍ଗଲ ନିଆଁ, ହାତୀ ମୃତ୍ୟୁ,ଚାଷୀ ସମସ୍ୟା କଥା ବି ବିଧାନସଭା ରେ ଉଠିବ।