ହିଞ୍ଜିଳି କାଟୁ /ରଜନୀକାନ୍ତ ପାତ୍ର: ବିଜେଡ଼ି ଆଗରେ ପିକା ପଡ଼ିଛି ବିଜେପି ଓ କଂଗ୍ରେସ । ପୌର ନିର୍ବାଚନରେ ଜୋରଦାର ପ୍ରଚାର କରୁଛି ବିଜେଡ଼ି । ହିଂଜିଳିକାଟୁରେ ମଧ୍ୟ ବିଜୁଜନତା ଦଳର ପ୍ରାର୍ଥୀ ମାନେ ପ୍ରଚାର ମଇଦାନରେ ପ୍ରଚାର କରୁଛନ୍ତି ।

ବିଜେଡି ତାର ଶତାଧିକ କର୍ମୀ ଓ ନେତାଙ୍କୁ ନେଇ ପ୍ରଚାର ଜୋରଜାର କରିବା ସହ ପ୍ରତି ଘରକୁ ଘର ବୁଲି ଭୋଟ ମାଗୁଥିବା ନଜର ଆସିଛି। ଏଠାରେ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବିଜେଡି ଏକପାଖିଆ ପୌରପରିଷଦ ଆସନ ହାତେଇବ । ପ୍ରାର୍ଥୀ ଶ୍ରୀ ସୁବାସ ପୋଲେଇ ଅଧ୍ୟକ୍ଷ ପଦ ପାଇଁ ସୁନା ମୁକୁଟ ପିନ୍ଧିବେ ବୋଲି ସାଧାରଣ ମହଲରେ ଚର୍ଚ୍ଚାର ବିଷୟ ପାଲୋଟିଛି ।