ବିରୋଧୀଦଳ କରୁଛନ୍ତି ନାଟକ

ଭୁବନେଶ୍ୱର: ମମିତା ମେହେର ପ୍ରସଙ୍ଗରେ ବିରୋଧୀଦଳଙ୍କ ଏଭଳି ଆଚରଣ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ।ବିରୋଧୀ ଯେଭଳି ନାଟକ କରୁଛନ୍ତି ତାହା ଆଦୌ ଶୁଭଙ୍କର ନୁହେଁ। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେବାପରେ ବିରୋଧିଦଳ କରୁଥିବା ପ୍ରତିବାଦର କୌଣସି କାରଣ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ।ବିନା ଦ୍ୱନ୍ଦ ଓ ବିନା ଚାପରେ ତଦନ୍ତ ଚାଲିବ ବୋଲି କହିବା ପରେ ମଧ୍ୟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରାଯାଉଛି । ବିରୋଧୀ ଦଳ ଏହି ପ୍ରସଙ୍ଗରେ ଡ୍ରାମା କରୁଛନ୍ତି । ସମସ୍ତ ପ୍ରକାର ଆଲୋଚନା ପାଇଁ ସରକାର ପ୍ରସ୍ତୁତ ରହିଥିବାବେଳେ ବିରୋଧୀ ଗୃହକ ଜାଣିଶୁଣି ଚଳାଇ ଦେଉନାହାନ୍ତି ।ଅଯଥା ପ୍ରସଙ୍ଗରେ ବିରୋଧୀ ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭା ଓ ଅନ୍ୟାନ୍ୟ ବିଧାନସଭାରେ ସଦସ୍ୟମାନଙ୍କୁ ସସପେଣ୍ଡ କରାଯାଉଛି। ହେଲେ ଆମ ବିଧାନସଭାରେ ସୁସ୍ଥ ବାତାବରଣ ବଜାୟ ରଖିବାକୁ ରାଜ୍ୟ ସରକାର ଚାହୁଁଛନ୍ତି। ନିର୍ବାଚିତ ଜନପ୍ରତିନିଧି ହୋଇ ବିରୋଧୀ ଦଳର ସଦସ୍ୟ ଯେଭଳି ବିଶୃଙ୍ଖଳିତ ଆଚରଣ କରୁଛନ୍ତି ଜନସାଧାରଣ ତାହାର ଜବାବ ଦେବେ ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି। ଏହାକୁ ନେଇ ଏକ ପ୍ରେସ ରିଲିଜ କରିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଲେନିନ୍ ମହାନ୍ତି।