ବସ୍ତା : ରଥ ଟଣା ବେଳେ ଅଘଟଣ । ୧୧ କେଭି ବିଦ୍ୟୁତ ତାରରେ ଲାଗିଲା ରଥ । ଦୁର୍ଘଟଣାରେ ଜଣେ ମୃତ , ୭ ଜଣ ଗୁରୁତର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗୁଡିଖାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସଂଧ୍ୟାରେ ଶତାଧିକ ଲୋକେ ରଥ ଟାଣୁଥିବା ସମୟରେ ମଠସାହି ଛକ ନିକଟରେ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସିଥିଲା ରଥ । ଫଳରେ ରଥ ନିକଟରେ ଥିବା ୮ ଜଣ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଛି । ମୃତକ ହେଲେ ଅଗରଡା ଗାଁର ଅନିଲ ସାହୁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।