କିଛି ବୁଝିବା ଆଗରୁ ଚାଲିଗଲା ଜୀବନ

ରାଇରଙ୍ଗପୁର: ଏମିତି ବି ଆସେ ମୃତ୍ୟୁ । ମୃତ୍ୟୁ କେତେ ବେଳେ କେଉଁ ରୂପରେ ଆସିବ ତାହା କହିବା ମୁସକ୍କିଲ‌ । କିଛି ଭାବିବା ଆଉ ଜାଣିବା ପୂର୍ବରୁ ମାଡ଼ିଗଲା ଗାଡି । ରାସ୍ତା ରେ ଚାଲି ଚାଲି ଯାଉଥିବା ବେଳେ ଜଣେ ଯୁବକ ଉପରେ ପାଣି ବୋତଲ ବୋଝେଇ ପିକଅପ ଭ୍ୟାନ୍ ଓଲଟି ପଡିଯାଇଥିଲା । ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାପରେ ତାକୁ ହସ୍ପିଟାଲ ଭର୍ତି କରାଯାଇଥିଲା । ପରେ ତାଙ୍କ ଚିକିତ୍ସା ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଡ଼୍ରାଇଭର ଜଣକ ଆହତ ହୋଇଥିଲେ । ଏପରି ହୃଦୟ ବିଦାରକ ଘଟଣା ବାଙ୍ଗିରିପୋଷି ଥାନା ବଣକାଟି ପଞ୍ଚାୟତ ଦଶରାପଦା ଛକ ନିକଟରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ ବଣକାଟି ଗ୍ରାମର ଦେବେନ୍ଦ୍ର ନାଏକ (ଗବଦୁଲ) ଦଶରାପଦା ଛକ ରୁ ସଉଦା ନେଇ ଘରକୁ ଚାଲିଚାଲି ଯାଉଥିବା ବେଳେ ଏକ ଦୃତ ଗାମୀ ପାଣି ବୋତଲ ବୋଝେଇ ପିକଅପ ଭ୍ୟାନ୍ ହଠାତ୍ ଆସି ତାଙ୍କ ଉପରେ ଓଲଟି ପଡିଥିଲା। ଏହାପରେ ଘଟଣା ସ୍ଥଳରେ ପୁଲିସ ପହଂଚି ଏକ କ୍ରେନ ଯୋଗେ ପିକଅପ ତଳୁ ଯୁବକ ଙ୍କୁ ଉଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏହାପରେ ଡ୍ରାଇଭର ରାଜକୁମାର କରଜି କୁ ପ୍ରାଥମିକ ଚିକିତ୍ସା ପରେ ପୁଲିସ ଅଟକ ରଖିଛି। ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଲା ବୋଲି ଡ୍ରାଇଭର କହିଛନ୍ତି। ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।