ନବରଙ୍ଗପୁର: ନବରଙ୍ଗପୁର ପୁଲିସ କୁ ମିଳିଛି ବଡ ସଫଳତା । ପୋଲିସ ଅପରେସନରେ ମାଓବାଦୀ ମୃତ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବା ଜଙ୍ଗଲରେ ଏସଓଜି ଓ ଡିଭିଏଫ ଙ୍କ ମିଳିତ ଅପରେସନ ଜାରି ରହିଛି । ମିଳିତ ବାହିନୀର ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ଘଟିଥିବାବେଳେ ବହୁ ଆପତ୍ତିଜନକ ନକ୍ସଲ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ ।