ପ୍ରେମିକା ଜଣେ,ପ୍ରେମିକ ଦୁଇଜଣ ;ଚନ୍ଦ୍ରଶେଖରପୁର ଥାନା ଆଗରେ ଚାଲିଥିଲା ପିଟାପିଟି

ଭୁବନେଶ୍ୱର (ସରୋଜ ରାଉତ):-ପ୍ରେମିକା ଜଣେ , ପ୍ରେମିକ ଦୁଇଜଣ  ।  ଚନ୍ଦ୍ରଶେଖରପୁର ଥାନା ଆଗରେ ଚାଲିଥିଲା ପିଟା ପିଟି । ଘଟଣା କଣ ବୁଝୁ ବୁଝୁ ଜଣାପଡ଼ିଲା ଯୁବତୀ ଜଣଙ୍କ ଦୁଇଜଣଙ୍କୁ ଭଲ ପାଉଥିଲେ । କିନ୍ତୁ କେହି କାହା କଥା ଜାଣିପାରୁନଥିଲେ ।କଥା ସେତେବେଳେ ଜଣାପଡ଼ିଲା, ଯେତେବେଳେ ଯୁବତୀଙ୍କ ମୋବାଇଲ ଖରାପ ହେଲା ।ମୋବାଇଲ ତିଆରି କରିବାକୁ ଯୁବତୀ ଜଣେ ପ୍ରେମିକାକୁ ଦେଇଥିଲେ । ସେ ମୋବାଇଲ ତିଆରି କରି ଭିତରେ ଥିବା ଫଟ ଓ ଭିଡିଓ ଦେଖିବା ବେଳକୁ ସେଥିରେ ଅନ୍ୟ ଜଣେ ଯୁବକଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଭିଡିଓ ଦେଖିଥିଲେ । ଆଉ ସେଥିପାଇଁ ଝିଅକୁ ବ୍ଲାକ୍ ମେଲିଂ କରିବା ଆରମ୍ଭ କରିଦେଇଥିଲେ ।ଏହି ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନା ଆଗରେ ତିନିଜଣଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା ।ସ୍ଥାନୀୟ ଲୋକେ ସମସ୍ତଙ୍କୁ ବୁଝାସୁଝା କରି ଘରକୁ ପଠାଇଥିଲେ ।