ଚମାଖଣ୍ଡି ଛକ ନିକଟରେ ମୋଟରସାଇକେଲ ଦୁର୍ଘଟଣା, ଜଣେ ଆହତ

ଡିଭାଇଡରକୁ ପିଟିଲା ବାଇକ୍ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଠାରେ ଗତକାଲି ଅପରାହ୍ନରେ ଏକ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଆରୋହୀ ଜଣକ ଆହତ ହୋଇ MKCG ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଜଣକ ହେଲେ ଚିକଳାଖଣ୍ଡିର ଗଣେଶ ରେଡ୍ଡି।   ମୋଟରସାଇକେଲଟି ଛତ୍ରପୁର ଦିଗରେ ଯାଉଥିବା ବେଳେ ଚମାଖଣ୍ଡି ଡାଉନ୍ ନିକଟରେ, ଏକ ବୁଲା କୁକୁର ବାଇକ୍ ସମ୍ମୁଖକୁ ଆସି ଯିବାରୁ ଆରୋହୀ ନିୟନ୍ତ୍ରଣ ହରାଇ ରାସ୍ତା ଡିଭାଇଡର୍ ସହିତ ଧକ୍କା ହୋଇଥିଲା । ଫଳରେ, ବାଇକ ଚାଳକଙ୍କ ମୁଣ୍ଡରେ ଆଘାତ ଏବଂ ଡାହାଣ ହାତ ଭାଙ୍ଗି ଯାଇଥିଲା । ସୂଚନା ପାଇ ଜାତୀୟ ରାଜପଥ ପୋଲିସ ପେଟ୍ରୋଲିଂ ଟିମ୍ ଓ ଏସ ଆଇ ନୀଳାଞ୍ଚଳ ସେଠି, ତୁରନ୍ତ ଘଟଣାସ୍ଥଳକୁ ଯାଇ ଆହତ ବ୍ୟକ୍ତିଙ୍କୁ ଉଧାର କରି ପାଟ୍ରୋଲିଂ ଗାଡ଼ିରେ MKCG ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଚମାଖଣ୍ଡି ପିଏସ୍ କୁ ଏନେଇ ଖବର ଦିଆଯିବା ସହ ଆହତଙ୍କ ପରିବାର ସଦସ୍ୟମାନଙ୍କୁ ମଧ୍ୟ ଘଟଣା ବିଷୟରେ ସୂଚନା ଦିଆଯାଇଛି ।