ବାଇକ ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର

କଳାହାଣ୍ଡି: ବାଇକ ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର।  କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର-ବାଲିସରା ନିକଟସ୍ଥ ମସାଣି ର ବୁଲାଣି ରାସ୍ତାରେ ଘଟିଛି ଏଭଳି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ, ଗୋଟିଏ ବାଇକ ରେ ତିନିଜଣ କାଣିଗୁମା ଠାରୁ ପୋଷ୍ଟିଗୁଡା ଯାଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା ।  ଏଥିରେ ପୋଷ୍ଟିଗୁଡା ଗ୍ରାମର ଲୁଦା ମାଝିଙ୍କ ପୁଅ ବୁଡ଼ୁ ମାଝୀ (୩୫) ମୃତ୍ୟୁ ହୋଇଥିବା ଜଣା ପଡିଛି ।  ଉକ୍ତ ଗ୍ରାମର ବଳ ମାଝୀ ଓ ସବି ମାଝୀ ଗୁରୁତର ଆହତ ହୋଇଥିବାରୁ ଅମଠା ଗୁଡା ଗ୍ରାମର ବୈକୁଣ୍ଠ ସୁନାନୀ ଉଭୟଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି।ଖବର ପାଇ କର୍ଲପାଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଡୁ ମାଝୀକୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।ଡାକ୍ତର ସେଠାରେ ବୁଡୁ ମାଝୀକୁ ମୃତ ଘୋଷଣା କଲାପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି କର୍ଲପାଟ ଫାଣ୍ଡି ଅଧିକାରୀ ବିଜୟରାଜ ମାଝୀ।