୭0କିଲୋ ଗଞ୍ଜେଇ ସହ କାର ଜବତ, ଚାଳକ ଗିରଫ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର:  ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଇଲାକାରେ କିଛି ଦିନ ନୀରବତା ପରେ ଗଞ୍ଜେଇ ମାଫିଆ ବେଶ ଏବେ ସକ୍ରିୟ ହୋଇଛନ୍ତି  । ଛେଣ୍ଡିପଦା ଥାନା ଇଲାକାରୁ ବାହାରି ଥିବା ଏକ କାର ସହିତ ୭0କିଲୋରୁ ଅଧିକ ଗଞ୍ଜେ ଦେବଗଡ ଛକରେ ରେଡ ହ୍ୟାଣ୍ଡ ପୁଲିସ ଧରିଛି ଏବଂ ଅଭିଯୁକ୍ତ କାର ଚାଳକକୁ ଗିରଫ କରିଛି ଛେଣ୍ଡିପଦା ପୁଲିସ ।

ଗଞ୍ଜେଇ ଚାଲାଣ ହେବାର ସ୍ପଷ୍ଟ ସୂଚନା ପାଇଥିଲା । ଏହାପରେ ଛେଣ୍ଡିପଦା ପୁଲିସ  ଦେବଗଡ ଛକ ନିକଟରେ ଛପି ରହିଥିଲା । ଅନୁଗୁଳରୁ ଦେବଗଡ ଅଭିମୁଖେ ଅଗ୍ରସର ହେଉଥିବା ଏକ ମାରୁତି କାର(ଓଡି୦୨ବିଡି୪୨୫୮)କୁ ଅଟକାଇ ଥିଲା ।ଏହା ପରେ କାର ଚତୃରପାର୍ଶ୍ୱ ପୁଲିସ ଘେରି ଯାଇଥିଲା  । ଏହା ପରେ ପୁଲିସ ଯାଞ୍ଚ କରି କାର ଭିତରୁ ଗଞ୍ଜେଇ ଜବତ କରି ଚାଳକକୁ କାବୁ କରିନେଇଥିଲା । ଜବତ ଗଞ୍ଜେଇକୁ ପୁଲିସ ମାଜିଷ୍ଟ୍ରେଟ ଉପସ୍ଥିତିରେ କାରରେ ରୁ ଜବତ ଗଞ୍ଜେଇ ୭୦ କିଗ୍ରା ୩୦୦ଗ୍ରାମ ଓଜନ   ଜଣା ପଡିଥିଲା ।ଗଞ୍ଜେଇ ଚାଲାଣ କରି ନେଉଥିବା ଗାଡିର ଚାଳକକୁ ପୁଲିସ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ହେଲେ ନାକିଟିଦେଉଳ ଥାନା ବାଟଗାଁର ଗୋବିନ୍ଦ ଚନ୍ଦ୍ର ନାଏକ ବୋଲି ଥାନା ସୂତ୍ରରୁ ପ୍ରକାଶ । ପୁଲିସ ଗଞ୍ଜେଇକୁ ଜବତ କରି ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରିବା ସହିତ ଗାଡିର ଚାଳକ ଗୋବିନ୍ଦ ଚନ୍ଦ୍ର ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୋବିନ୍ଦ ଚନ୍ଦ୍ରଙ୍କ ନାମରେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ ନେଇ କୁଣ୍ଢେଇଗୋଳା, ନାକିଟଦେଉଳ ସମେତ ବିଭିନ୍ନ ଥାନାରେ ମାମଲା ରହିଥିବା ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରାଙ୍କ ସୂତ୍ରରୁ ପ୍ରକାଶ ।