ପୁଣି ଥରେ ୨୭୦୦ ଟଙ୍କା ବଢିଛି ସୁନା ଦର

0

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଝଟକା । ସୁନା ଦର ଆକାଶ ଛୁଆଁ । ଆଜି ପୁଣିଥରେ ୨୭୦୦ ଟଙ୍କା ବଢିଛି ଦର ।  ଏହାକୁ ମିଶାଇ ସପ୍ତାହ ମଧ୍ୟରେ ୩ ହଜାର ବଢିଛି  ସୁନା ଦର । ଫଳରେ ବିବାହ ସିଜନ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ପଡିଛି ଭାଳେଣି । ସାଧାରଣ ଲୋକ ସୁନା କିଣିବେ କଣ   ଛୁଇଁବାକୁ ବି ଡରିଲେଣି । ସୁନା ୧୦ ଗ୍ରାମକୁ ୬୫ ହଜାର ୩୫୦ ଟଙ୍କାକୁ ଛୁଇଁ ଥିବା ବେଳେ ୨୨ କ୍ୟାରେଟ ସୁନା ଦାମ   ବି ୬୦ ହଜାର ଡେଇଁଲାଣି  । ସପ୍ତାହକ ତଳେ ଅର୍ଥାତ ଫେବରୁଆରୀ ୨୯ ତାରିଖରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୫୭ ହଜାର ୬୦୦ ଟଙ୍କାରେ ବିକ୍ରି ହେଉଥିଲା । ଆଜି ତାହା ୬୦ ହଜାର ୬୦୦ ଟଙ୍କାରେ ପହଞ୍ଚିଛି । ସେପଟେ ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ପଡିଯାଇଛନ୍ତି ଗ୍ରାହକ । ସେପଟେ ସୁନା ସହ ତାଳ ଦେଇ ଆଗେଇ ଚାଲିଛି ରୂପା । ସୁନା ସହିତ ରୂପା ମୂଲ୍ୟ ରେ ମଧ୍ୟ ବଡ ବୃଦ୍ଧି ଘଟିଛି  । କିଲୋଗ୍ରାମ ରୂପା ଦର ୭୪,୨୬୨ ଟଙ୍କାରେ ପହଞ୍ଚିଛି ।  ସପ୍ତାହରେ ରୂପା ମୂଲ୍ୟରେ କିଲୋଗ୍ରାମ ପିଛା ପ୍ରାୟ ୧୯୮୪ ଟଙ୍କା ବୃଦ୍ଧି ପାଇଥିବା ସୂଚନା ରହିଛି ।