ଚଳିତ ଥର କେଉଁ ଦିନ ପାଳିବେ ହୋଲି ଉତ୍ସବ ?

0

ହୋଲିର ମଜା ନେବା କାହାକୁ ବା ପସନ୍ଦ ନୁହେଁ । ଆବାଳ ବୃଦ୍ଧ ବନିତା ସଭିଏଁ ରଙ୍ଗ ପର୍ବରେ ରଙ୍ଗେଇ ହେବା ପାଇଁ ଖୁବ୍ ଭଲପାଆନ୍ତି । ହୋଲି କେବଳ ପାରସ୍ପରିକ ପ୍ରେମକୁ ଦ୍ୱିଗୁଣିତ କରେ ନାହିଁ ବରଂ ଲୋକଙ୍କ ମଧ୍ୟରେ ଥିବା ମତଭେଦ ମଧ୍ୟ ଦୂର କରିଥାଏ ।

ପ୍ରତ୍ୟେକ ବର୍ଷ ହୋଲି ଦୁଇ ଦିନ ମନାଯାଏ । ଗୋଟିଏ ଦିନ ହୋଲିକା ଦହନ ଏବଂ ଆଉ ଗୋଟେ ଦିନ ରଙ୍ଗ ଖେଳାଯାଏ । କିନ୍ତୁ ଏବର୍ଷ ତାରିଖକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି ।
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ହୋଲିକା ଦହନ ୧୩ ମାର୍ଚ୍ଚ, ୨୦୨୫ ଗୁରୁବାର ରେ ପଡୁଥିବା ବେଳେ ରଙ୍ଗର ପର୍ବ ହୋଲି ୧୪ ମାର୍ଚ୍ଚ ୨୦୨୫ ଶୁକ୍ରବାରରେ ପାଳିତ କରାଯିବ । କ୍ୟାଲେଣ୍ଡରରେ ତାହା ଲେଖାଥିଲେ ସୁଦ୍ଧା ୧୫ ମାର୍ଚ୍ଚ ଅର୍ଥାତ ଶନିବାର ହୋଲି ବୋଲି ମଧ୍ୟ କିଛି ଚର୍ଚ୍ଚା ହେଉଛି ।

‘ହୋଲିକା ଦହନ’ରେ କାଠ ଏବଂ ଗୋବର ପିଠା ଜାଳି ଦୁଷ୍ଟତାର ଅନ୍ତ କରିବାର ଏକ ପ୍ରତୀକାତ୍ମକ ବାର୍ତ୍ତା ଦିଆଯାଇଛି। ସେହିପରି ହୋଲିରେ ପରସ୍ପରକୁ ରଙ୍ଗ, ଅବିର ଲଗାଇ ସୁଖ ବାଣ୍ଟିବା ସହ ମନରେ ଥିବା ବାଦବିବାଦକୁ ଦୂର କରାଯାଇଥାଏ ।