ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରିକୂୁ ନେଇ ଗୁଜବ , ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱଷ୍ଟୀକରଣ

(ରିପୋର୍ଟସ ଟୁଡେ): ଘାଟଗାଁ ମା ତାରିଣୀଙ୍କ ଅଖଣ୍ଡ ଦୀପ ଲିଭିଯିବା ଏବଂ ମାଙ୍କ ମଥାରୁ ସିନ୍ଦୁର ଝରି ପଡ଼ୁଛି ବୋଲି ଗୁଜବ ସୃଷ୍ଟି ହୋଇଥିଲା । ପରେ ମନ୍ଦିର ବୋର୍ଡ଼ ଏହି ଗୁଜବ କୁ ନେଇ ସ୍ପଷ୍ଟୀକରଣ ଦେଇଥିଲେ । ଏହା ପରେ ପୁଣି ଅନଲାଇନ୍ରେ ମହାପ୍ରସାଦ ବିକ୍ରି ନେଇ ଗୁଜବ ସୃଷ୍ଟି ହୋଇଛି । ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ହେଉଥିବା ନେଇ ପ୍ରଚାର ହେବା ପରେ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି,“ଏହା ଏକ ଗୁଜବ। ପ୍ରଶାସନ ପକ୍ଷରୁ କୌଣସି ସଂସ୍ଥା କି ବ୍ୟକ୍ତି ବିଶେଷଙ୍କୁ ଏଥିପାଇଁ ଅନୁମତି ଦିଆଯାଇନି।”ଏଥିସହ ଜନସାଧାରଣ ବିଭ୍ରାନ୍ତ ନ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ମହାପ୍ରସାଦ ଅନ୍‌ଲାଇନ୍‌ରେ ବିକ୍ରି ନେଇ ସୋଶାଲ୍‌ ମିଡିଆରେ ଖବର ଭାଇରାଲ୍‌ ହେବା ପରେ ଏହି ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।
ଏହାର ତଦନ୍ତ କରାଯାଇ, ସମ୍ପୃକ୍ତ ସଂସ୍ଥା ଓ ଭାଇରାଲ୍‌ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।