ନୂଆଦିଲ୍ଲୀ: ଭାରତ- ତିବତ୍ ସୀମାରେ ଆଇଟିବିପିର ବୀର ଯବାନମାନେ ଯୋଗ କରିଛନ୍ତି । ଲଦାଖ ଓ ସିକିମରେ ବରଫ ଚାଦରରେ ଢାଙ୍କି ହୋଇଥିବା ୧୭ ହଜାର ଫୁଟ ଉଚ୍ଚ ପର୍ବତ ଉପରେ ସୂର୍ୟ୍ୟ ନମସ୍କାର କରିଛନ୍ତି ଯବାନ। ଅନ୍ତର୍ଜାତୀୟ ଯୋଗ ଦିବସ ଦେଶରେ ‘ମାନବତା ପାଇଁ ଯୋଗ’ର ବାର୍ତ୍ତା ଦେଇଛନ୍ତି ଆଇଟିବିପି ଯବାନମାନେ । କରୋନା ଭାଇରସ ଯୋଗୁ ଗତ ୨ ବର୍ଷ ହେବ ସାଧାରଣ ସ୍ଥାନରେ ଯୋଗ ଦିବସ ପାଳନ ବନ୍ଦ ହୋଇଥିବା ବେଳେ ଚଳିତ ବର୍ଷ ପୁଣି ଥରେ ସମଗ୍ର ଦେଶରେ ଯୋଗ ନିମନ୍ତେ ଦେଖାଦେଇଛି ଉତ୍ସାହ । ସର୍ବସାଧାରଣ ସ୍ଥାନରେ ପୁଣି ଆରମ୍ଭ ହୋଇଛି ଯୋଗ ।