ଭୁବନେଶ୍ୱର: ବଢିଲା ଓମଫେଡ୍ କ୍ଷୀର ଦର । ଓମଫେଡ୍ ଲିଟର ପ୍ରତି ଦାମ୍ ବୃଦ୍ଧି ହୋଇଛି । ବଜାରକୁ ଆସିଲା ଓମଫେଡ୍ ର ନୂଆ ଦର । ଉଭୟ ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ହୋଇଛି । ସେହିପରି ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି । ଏନେଇ ଓମଫେଡ୍ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ର୍ପୂବରୁ ଖାଉଟିମାନେ ଲିଟର ପିଛା ୫୨ ଟଙ୍କା ଦେଉଥିଲା ବେଳେ ଏବେ ୫୪ ଟଙ୍କା ଦେବେ। । କହିରଖୁଛୁ ଯେ, ବାସ୍ତବରେ ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ କ୍ଷୀର ମୂଲ୍ୟ ବଢିବ ବୋଲି କୁହାଯାଇଥିଲା, କିନ୍ତୁ ସେତେବେଳେ ଏହା ବଢିନଥିଲା। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ାଯିବ । କିନ୍ତୁ ଖାଉଟିମାନଙ୍କ ଉପରେ ଏହି ବର୍ଦ୍ଧିତ ଦର ଲଦି ଦିଆଯିବ ନାହିଁ। ଏଥିରୁ ୨ ଟଙ୍କା ସରକାର ବହନ କରିବେ। ଖାଉଟିମାନେ ଲିଟର ପିଛା ଅଧିକ ଦୁଇ ଟଙ୍କା ଦେଇ କ୍ଷୀର କିଣିବେ। କିନ୍ତୁ ସେତେବେଳେ ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇ କହିଥିଲେ ଯେ ଏହି ବର୍ଦ୍ଧିତ ଦର ଏବେ ଲାଗୁ ହେବ ନାହିଁ। ଓମ୍ଫେଡ୍ର ସମସ୍ତ ସମବାୟ ସମିତି ଓ କମିଟିର ବୈଠକ ପରେ ଆବଶ୍ୟକତାକୁ ନଜରରେ ରଖି କ୍ଷୀର ଦର ବୃଦ୍ଧି ହେବ ବୋଲି ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଥିଲେ ।
ବର୍ଦ୍ଧିତ ଦର ଅନୁସାରେ ଓମ୍ଫେଡ୍ର ପ୍ରିମିୟମ କ୍ଷୀର ଦର ଲିଟର ପିଛା ୫୨ ଟଙ୍କାରୁ ବଢି ୫୪ ଟଙ୍କା ହୋଇଛି । ସେହିପରି ଓମ୍ଫେଡ୍ ଗୋଲ୍ଟ ମିଲ୍କ ଲିଟର୍ ପିଛା ୫୨ ଟଙ୍କାରୁ ବଢି ୫୬ ଟଙ୍କା ହୋଇଛି । ଅନ୍ୟପଟେ ଓମ୍ଫେଡ୍ ଟନ୍ଡ୍ ମିଲ୍କ ଲିଟର ପିଛା ୪୬ ଟଙ୍କାରୁ ବଢି ୫୦ଟଙ୍କାରେ ପହଞ୍ଚିଛି ।