ଓଲିଉଡର ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ

ଭୁବନେଶ୍ବର: ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ଜଣାଯାଇଛି। ସୂଚନା ଅନୁସାରେ ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ । ତେବେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ପିଣ୍ଟୁ ନନ୍ଦ । ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି।

ଓଡିଆ ସିନେମା ଜଗତରେ ସେ ଜଣେ ସକ୍ରିୟ କଳାକାର | ଓଡ଼ିଆ ସିନେଦର୍ଶକଙ୍କର ସେ ପ୍ରିୟ | ତାଙ୍କ କମେଡି ଆଉ ଆକ୍ସନକୁ ଲୋକେ ବହୁତ ପସନ୍ଦ କରନ୍ତି | ପିଣ୍ଟୁ ବିଭିନ୍ନ ସମୟରେ ନାୟକ/ନାୟିକାଙ୍କ ଭାଇ,ଦାଦା ଭଳି ଚରିତ୍ରରେ ବି ନଜର ଆସିଛନ୍ତି। ପିଣ୍ଟୁ ଶତାଧିକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି। ତେବେ ଫ୍ୟାନ୍ସ ମାନେ ତାଙ୍କ ଅସୁସ୍ଥ ଖବର ପାଇଁ ତାଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି |