ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ, ଘୋଷଣା ହେଲା ଟପ୍ପରଙ୍କ ନାମ

ଭୁବନେଶ୍ୱର:ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ପ୍ରିନସିପାଲ ସେକ୍ରେଟେରୀ ଉଷା ପାଢ଼ୀ, ଓଜେଈଇ ଅଧ୍ୟକ୍ଷ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି l ଓଜେଇଇ ୱେବସାଇଟ ଜରିଆରେ ମିଳିବ ପରୀକ୍ଷା ଫଳ।  ପରେ ଛାତ୍ରଛାତ୍ରୀମାନେ WWW.OJEE.NIC.INରେ ନିଜର ପରୀକ୍ଷା ଫଳ ପାଇ ପାରିବେ।

ଗତ ମେ’ ୮ରୁ ୧୫ ପର୍ଯ୍ୟନ୍ତ ହୋଇଥିଲା ଓଜେଇଇ ପରୀକ୍ଷା। ପ୍ରାୟ ୫୬ ହଜାର ପିଲା ପରୀକ୍ଷା ଦେଇଥିଲେ। ଲାଟରାଲ ଏଣ୍ଟ୍ରି, ଏମଟେକ୍, ଏମବିଏ, ଏମସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। 30 ଟି ରାଜ୍ୟ ଭିତରେ ୪୦ଟି ଏବଂ ରାଜ୍ୟ ବାହାରେ ୩ଟି ମୋଟ ୪୩ଟି କେନ୍ଦ୍ରରେ ହୋଇଥିଲା ପରୀକ୍ଷା। ଏଥିରେ 48783 ଜଣ ପିଲା ରଃ୍ୟାଙ୍କ ପାଇଛନ୍ତି lବିଭିନ୍ନ ୟୁନିଭରସିଟି ଗୁଡିକର ରେସ୍ଲଟ ବାହାରିବା ପରେ କଉନସେଲିଂ ଆରମ୍ଭ  ହେବ l ପରୀକ୍ଷା  ଦେଇ ପାରି ନଥିବା  ପରୀକ୍ଷାର୍ଥୀ ମାନେ 26 ଜୁନ ରୁ 30 ଜୁନ ପର୍ଯ୍ୟନ୍ତ ହେବ ସ୍ପେସିଆଲ ଜେଇଇ ପରୀକ୍ଷା l ଯାହାର ରେଜିଷ୍ଟ୍ରସନ କାଲି ଠୁ  ଆରମ୍ଭ  ହୋଇଯାଇଛି l