ଭୁବନେଶ୍ୱର: ଚଳିତ ବର୍ଷର ଓଜେଇ ରେଜଲ୍ଟ ପ୍ରକାଶ ପାଇଛି। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଫଳ ପ୍ରକାଶ ପାଇଛି। ଏନେଇ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଘୋଷଣା କରିଛନ୍ତି। ଜୁଇଲାଇ ୪ରୁ ୮ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୪୭ ହଜାର ୭୬୧ ପରୀକ୍ଷାର୍ଥୀ ଓଜେଇ ପରୀକ୍ଷା ଦେଇଥିଲେ। ଏମାନଙ୍କୁ ଦକ୍ଷତା ଅନୁଯାୟୀ ରାଙ୍କ ପ୍ରଦାନ କରାଯାଇଥିବା ଜଣାପଡିଛି। ଏମବିଏରେ ଶ୍ରାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଥିବାବେଳେ ଏମସିଏରେ ଇଶାନ୍ତ କୁମାର ନାୟକ ଓ ବି ଫାର୍ମାରେ ଅରୂପ ପଣ୍ଡା ଟପ୍ପର ହୋଇଛନ୍ତି। ଏମ ଫାର୍ମାରେ ସଚ୍ଚିନ ନାୟକ, ଏମ ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର ହୋଇଛନ୍ତି। ଏମଟେକ ସିଭିଲ ଇଞ୍ଜିନିୟରିଂରେ ସଞ୍ଜିବ ପ୍ରଧାନ ଟପ୍ପର ହୋଇଛନ୍ତି। ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ମିଥୁନ ଅଧିକାରୀ, ମେକାନିକାଲରେ ରାଜନ ମହାପାତ୍ର ପ୍ରମୁଖ ଟପ୍ପର ହୋଇଛନ୍ତି। ତେବେ ଓଜେଇ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀମାନେ ୱେବସାଇଟ www.ojee.nic.in ମାଧ୍ୟମରେ ନିଜର ପରୀକ୍ଷା ଫଳ ଜାଣିପାରିବେ ବୋଲି ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ କୁହାଯାଇଛି।