ନୂଆଦିଲ୍ଲୀ:- ଡିଫେଣ୍ଡିଂ ଚାମ୍ପିଅନ୍ ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ ପାଇଁ ଜୋରଦାର ପ୍ରସ୍ତୁତି କରୁଛି । ଏସିଆ କପ୍ ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ବିସିସିଆଇ ଏସିଆନ୍ କ୍ରିକେଟ୍ ପରିଷଦ ସହିତ ମିଶି ଟିମ୍ ଇଣ୍ଡିଆର ଅଫିସିଆଲ୍ ଜର୍ସି ଲଞ୍ଚ କରିଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନ ନୂତନ ଜର୍ସିର ଫଟୋ ସୋସିଆଲ ମିଡିଆରେ କରିଛନ୍ତି । ଜର୍ସି ପ୍ରାୟୋଜକରୁ ଡ୍ରିମ୍ସ -୧୧ ହଟିଯାଇଛି । ନୂତନ ଜର୍ସିରେ ବଡ଼ ଧରଣର ପରିବର୍ତ୍ତନ କରା ଯାଇନଥିଲେ ମଧ୍ୟ ଡ୍ରିମ୍ ୧୧ ନାମ ଉଠିଯାଇଛି । ଜର୍ସିର ରଙ୍ଗ ନୀଳ ହୋଇଥିବାବେଳେ ଦୁଇ ହାତରେ କମଳା ରଙ୍ଗ ରହିଛି । କଲରରେ ତ୍ରିରଙ୍ଗାର ଚିତ୍ର ରହିଛି । ସରକାରଙ୍କ ପକ୍ଷରୁ ଅନ୍ଲାଇନ ଗେମିଂ ଉପରେ କଟକଣା ଲଗାଇବା ପରେ ଡ୍ରିମ୍ସ -୧୧ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରାୟୋଜକରୁ ହଟିଯାଇଛି । ଏଥିପାଇଁ ଏବେ ବିସିସିଆଇ ନୂତନ ପ୍ରାୟୋଜକ ଖୋଜିବା ଆରମ୍ଭ କରିଛି ।