(ଜୟପୁର): ଅଫ୍ ଲାଇନ ପରୀକ୍ଷାକୁ ପୁଣି ବିରୋଧ। ଜୟପୁର ବିକ୍ରମ ଦେବ କଲେଜର ଛାତ୍ରମାନେ ଅନ ଲାଇନ ପରୀକ୍ଷା ଦାବିରେ ବୀକ୍ଷପ ପଦର୍ଶନ କରିଛନ୍ତି । ଆସନ୍ତା ୧୯ ତାରିଖରୁ ସେମିଷ୍ଟର ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହାକୁ ଅନ୍ ଲାଇନରେ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।
ସୂଚାନୁଯାୟୀ , ପୋଲିସ ଆସି କଲେଜରେ ପହଞ୍ଚିବା ପରେ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ଇଣ୍ଟରନାଲ ପରୀକ୍ଷା। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କଲେଜ ସବୁ ବନ୍ଦ ରହିଛି। ଛାତ୍ରଛାତ୍ରୀ ଅନ୍ ଲାଇନ ରେ ପାଠ ପଢୁଥିବା ବେଳେ ଅଫ୍ ପରୀକ୍ଷା କାହିଁକି କରା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ।