ନନ୍ଦନକାନନର ଶୋଭା ବଢାଇବ ଧୂସର ଗଧିଆ

(ଶୁଭସ୍ମିତା ଦାଶ): ଖୁବ ଶୀଘ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରଥମ ଥର ପାଇଁଁ ଗ୍ରେ ଉଲଭ୍ସ ବା ଧୂସର ଗଧିଆ ଦେଖିବାକୁ ମିଳିବ । ଯାହାକି ନନ୍ଦନକାନନର ଆର୍କଷଣର କେନ୍ଦ୍ର ବିନ୍ଦୁ ପାଲଟିବ । ଏନେଇ କର୍ମର୍ଚାରୀ ମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ମହୀଶୂର ଚିିଡ଼ିଆଖାନାରୁ ହଳେ ଧୂସର ରଙ୍ଗର ଗଧିଆ ଅ।।ଣାଯିବ ବୋଲି ନନ୍ଦନକାନର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ପରିପେକ୍ଷୀରେ ୮ ଜଣିଆ ଟିମ୍ ପ୍ରାଣୀ ବିଶେଷଜ୍ଞ ଦେବଦତ୍ତ ମହାପାତ୍ରଙ୍କ ନେତୃତ୍ୱରେ ମହୀଶୂର ଅଭିମୁଖେ ଯାତ୍ରା କରିଛନ୍ତି । ୩ଟି କୁଜୀ ହରିଣ ବଦଳରେ ଧୂସର ଗଧିଆ ଆଣିବେ ବୋଲି ସୂଚନା ମିଳିଛି ।

୨୭ ତାରିଖ ସୁଦ୍ଧା ସେମାନେ ଗଧିଆଙ୍କୁ ଆଣି ଆସିପାରନ୍ତି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଅନୁମାନ କରିଛନ୍ତି । ଏମାନଙ୍କର ଶରୀର ରଙ୍ଗ ଧୂସର ବା ଆଶିଂକ କଳା । ଶରୀରର ଓଜନ ବୟସ ଅନୁସାରେ ୩୦ରୁ ୮୦ କେଜି ହୋଇଥିବା ବେଳେ ଶରୀର ତୁଳନାରେ ମୁଣ୍ଡ ଓ ଗୋଡ଼ ବଡ଼ । ଏହି ପ୍ରଜାତିର ଗଧିଆ ୭ ହଜାରରୁ ୧୧ ହଜାର ୨ଶହ ମଧ୍ୟରେ ସୀମିତ ରହିଛି ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ।