ମହାନଦୀରେ ଭାସି ମହିଳା ନିଖୋଜ ଘଟଣାରେ ନୂଆ ଟ୍ୱିଷ୍ଟ୍‌, ପୁରୀରୁ ମିଳିଲା ମହିଳାଙ୍କ ପତ୍ତା

ବାଙ୍କୀ: ମହାନଦୀରେ ଭାସି ମହିଳା ନିଖୋଜ ଘଟଣାରେ ନୂଆ ଟ୍ୱିଷ୍ଟ୍‌ । ନିଖୋଜ ହେବା ଘଟଣା ସମ୍ପୁର୍ଣ୍ଣ ମିଛ । ପୁରୀରୁ ମିଳିଲା ମହିଳାଙ୍କ ପତ୍ତା । ପୁରୁଷ ବନ୍ଧୁଙ୍କ ସହ ଉଦ୍ଧାର ହେଲେ ମିଛ ନାଟକ ରଚିଥିବା ମହିଳା । ପୁରୀ ଚୁଡ଼ଙ୍ଗ ସାହିରୁ ଉଭୟଙ୍କୁ ଉଦ୍ଧାର କଲା ପୋଲିସ । ପୁରୀ ଟାଉନ ଥାନାରେ ଉଭୟଙ୍କୁ ଅଟକ ରଖି ପଚରାଉଚରା ।

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧ରେ ବାଙ୍କୀ ବ୍ଲକ୍ ସୁବର୍ଣ୍ଣପୁର ଫାଣ୍ଡି ନିକଟସ୍ଥ ରତାଗଡ ଗାଁର ପିଙ୍କି ନାମକ ଜଣେ ମହିଳା ତାଙ୍କ ସାଙ୍ଗମାନଙ୍କ ସହ ଭୋର ସମୟରେ ଖୁଦୁରୁକୁଣି ଓଷାର ଦୁହୁରି ଭସାଇ ଗାଧୋଇବାକୁ ଯାଇଥିଲେ । ସେତେବେଳେ ଅଚାନକ ମହିଳା ଜଣଙ୍କ ନିଖୋଜ ହୋଇଯାଇଥିଲେ । ଅନ୍ୟ ସାଙ୍ଗମାନେ ଭାବିଲେ ଯେ ପିଙ୍କି ନଦୀର ପ୍ରଖର ସ୍ରୋତରେ ଭାଷିଯାଇଛି । ତେବେ ପ୍ରଥମେ ଡମପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି ଜାରି ରଖିଥିବା ବେଳେ ଆଠଗଡ଼ ଓ ବାଙ୍କୀ ରୁ ଦୁଇଟି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୀର୍ଘ ୪୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଖୋଜାଖୋଜି କରିଥିଲେ ମାତ୍ର ପିଙ୍କିଙ୍କର କୌଣସି ସନ୍ଧାନ ମିଳିନଥିଲା । ଶେଷରେ ନିଖୋଜ ପିଙ୍କିକୁ ତାଙ୍କ ପୁରୁଷ ବନ୍ଧୁ ସହ ପୁରୀରୁ ଧରିଛି ପୋଲିସ ।