ଭବନେଶ୍ୱର : ଓଡ଼ିଶାରେ ହେବ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ । ଦୁବାଇର ଶିଳ୍ପପତିମାନେ କରିବେ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ । ଗତକାଲି ଦୁବାଇରେ ଆୟୋଜିତ ହୋଇଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ୟ୍ୟକ୍ରମରେ ବିଭିନ୍ନ ଶିଳ୍ପ ପାଇଁ ଶିଳ୍ପପତିମାନେ ଏହି ପୁଞ୍ଜିନିବେଶ ଓଡ଼ିଶାରେ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଶିଳ୍ପପତିମାନେମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୁଞ୍ଜି ନିବେଶ କରିବେ ବୋଲି ଘୋଷଣା କରିଛନ୍ତି ।
ଦୁବାଇର ଓବରେଇ ହୋଟେଲରେ ଫିକ୍କି ସହଯୋଗରେ ଆୟୋଜିତ ହୋଇଥିବା ଏହି ଇନଭେଷ୍ଟର୍ସ ମିଟରେ ଅନେକ ପୁଞ୍ଜିିନିବେଶକାରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ , ରାଜ୍ୟ ମୁଖ୍ୟ ସଚିବ, ଶିଳ୍ପ ସଚିବ ଓ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିଥିବା ଅନେକ ଶିଳ୍ପପତି ମଧ୍ୟ ସାମିଲ ଥିଲେ । ଦୁବାଇର ଏନବିଟିସି କୁଏତ କମ୍ପାନୀ ୫ହଜାର କୋଟି ଟଙ୍କା ନିବେଶ କରି ଓଡ଼ିଶାରେ ଏକ ସାର କାରଖାନା ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇଛି । ଆବୁଧାବିସ୍ଥିତ ଟବ୍ରିଡ୍ ଗ୍ରୁପ୍ ଏକ ହଜାର ଟଙ୍କା ଭୁବନେଶ୍ୱରର ଆଇସିଟି କ୍ୟାମ୍ପସରେ ନିବେଶ କରିବ । ସେହିପରି ଲୁଲୁ ଇଂଟରନ୍ୟାସନାଲ ସପିଂ ମଲ୍ ଓଡ଼ିଶାରେ ୧୫୦୦କୋଟି ଟଙ୍କା , ଆରବ ଇଣ୍ଡିଆ ସ୍ପାଇସେସ୍ ଏଲସିସି ୫୦କୋଟି ଟଙ୍କା, ଶୋଭା ରିୟଲିଟି ୫ହଜାର କୋଟି ଟଙ୍କା ନିବେଶ କରିବ ।
ସବୁଠୁ ବଡ଼ କଥା ହେଲା ଏହି ନିବେଶ ଯଦି ଠିକଠାକ ଆସେ ହାରାହାରି ୨୦ ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି । ଲୁଲୁ ଫାଇନାନ୍ସିଆଲ ଗ୍ରୁପ ଆଣ୍ଡ ଟ୍ୱେଂଟି ୧୪ ହୋଲଡିଂ ୧୫ ଶହ କୋଟିର ନିବେଶ ପାଇଁ ପ୍ରସ୍ତାବ ଦେଇଛି । ଏକ ବିଳାସମୟ ହୋଟେଲ ନିର୍ମାଣ ପାଇଁ କମ୍ପାନୀ ଯୋଜନା ରଖିଛି ।ଦୁବାଇର ଶୋଭା ରିୟାଲିଟି କମ୍ପାନୀ ୫ ହଜାର କୋଟି ନିବେଶ କରିବାକୁ ଲକ୍ଷ୍ୟ ରଖିଛି । ଖଣିଜ ପଦାର୍ଥ ଏବଂ ହୋଟେଲ ଶିଳ୍ପରେ ଏହି କମ୍ପାନୀ ପୁଞ୍ଜି ନିବେଶ କରିବ । କୁଏତର ଏନବିଟିସି ଗ୍ରୁପ ୫ ହଜାର କୋଟି ନିବେଶ ପାଇଁ ପ୍ରସ୍ତାବ ଦେଇଛି । ଏକ ଆମୋନିଆ ୟୁରିଆ ପ୍ଲାଣ୍ଟ ନିର୍ମାଣ ପାଇଁ ଯୋଜନା ରଖିଛି ଏନବିଟିସି ଗ୍ରୁପ । ଡିପି ୱାଲର୍ଡ ଆଣ୍ଡ ହିନ୍ଦୁସ୍ତାନ ପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୮ ହଜାର କୋଟି ନିବେଶ କରିବ । ବନ୍ଦର ନିର୍ମାଣ ଓ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ବାବଦରେ ଏହି କମ୍ପାନୀ ନିବେଶ କରିବ । ତବରିଦ ଗ୍ରୁପ ଆଇସିଟି କ୍ୟାମ୍ପସ ଭୁବନେଶ୍ୱରରେ ୧ ହଜାର କୋଟିର ନିବେଶ ପାଇଁ ପ୍ରସ୍ତାବ ଦେଇଛି । ସରାଫ ଗ୍ରୁପ୍ ଓଡ଼ିଶାର ଲଜିଷ୍ଟିକ ସେକ୍ଟରରେ ୭୫୦ କୋଟି ନିବେଶ ପାଇଁ ଲକ୍ଷ୍ୟ ରଖିଛି ।