ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ଆସିବ ଚପର | କେନ୍ଦ୍ର ସରକାର ଙ୍କ ସହ ଆଲୋଚନା ସରିଛି | 23 ତାରିଖ ରେ ପଂହଁଚିବ ଚପର | ପୂର୍ବରୁ ଅନୁଭବ ଥିବା ଜିଲ୍ଲପାଳ ଯେଉଁ ଜାଗାରେ ଥିଲେ ବି ପୂର୍ବ ଜାଗାକୁ ଯିବେ ଜିଲ୍ଲପାଳ ଙ୍କୁ ଗାଇଡ଼ କରିବେ | ପଶୁ ମାନଙ୍କୁ ଅସ୍ଥାୟୀ ଥଇଥାନ ପାଇଁ ନିର୍ଦ୍ଧେଶ | ଓଡ୍ରାଫ ଟିମ ପୋଜିସନ ପାଇଁ ବାତ୍ୟା ପଂହଁଚିବା ପୂର୍ବରୁ ପଂହଁଚିବେ | NDRF ଟିମ ଆସନ୍ତାକାଲି ଠାରୁ ଜିଲ୍ଲା କୁ ଯିବେ | 24 ଘଣ୍ଟା ବିଜୁଳି ଯୋଗାଣ ପାଇଁ ନିର୍ଦ୍ଧେଶ ସହ ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଧେଶ ଦିଆଯାଇଛି | ଜିଲ୍ଲା, ବ୍ଲକ ଓ ବିଭିନ୍ନ ବିଭାଗ ରେ ଖୋଲିବ କଣ୍ଟ୍ରୋଲ ରୁମ | ଜିଲ୍ଲପାଳମାନଙ୍କୁ ଅଧିକୃତ କରାଯାଇଛି ଯେତେଦିନ ପ୍ରଭାବ ରହିବ ଜିଲ୍ଲପାଳ ଘୋଷଣା କରିପାରିବେ ଛୁଟି | 23 ତାରିଖ ରାତି ପୂର୍ବରୁ ପୁରୀରେ ଥିବା ଭକ୍ତ ଓ ବାହାର ଲୋକ ମାନେ ପୁରୀ ଛାଡିବା ପାଇଁ ନିର୍ଦ୍ଧେଶ | କେନ୍ଦ୍ର ସରକାର ଓଡ଼ିଶା କୁ ସାହାଯ୍ୟ ପାଇଁ ପ୍ରସ୍ତୁତ |