କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଅନୁଗୁଳ, କେନ୍ଦୁଝର, ନୟାଗଡର ୭ଟି ସ୍ଥାନରେ ଚାଲିଛି ରେଡ କରାଯାଇଛି । ଚଢ଼ାଉ ବେଳେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ । କୁବେର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ ଠାବ ହୋଇଛି । ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ, ଦୁଇ ପୁଅଙ୍କ ନାଁରେ ୧୬ ପ୍ଲଟ ଓ ଝିଅ ନାଁରେ ୪ ପ୍ଲଟ ଠାବ ହୋଇଛି । ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗ ଫୁଟର ୪ ମହଲା କୋଠା ରହିଛି । ସେହିପରି ଚଢାଉ ବେଳେ ନଗଦ ୧ ଲକ୍ଷ ୧୯ ହଜାର ଟଙ୍କା ଠାବ ହୋଇଛି । ଚଢାଉ ଏବେବି ଜାରି ରହିଥିବା ବେଳେ ଆଗକୁ ଆହୁରି ସମ୍ପତ୍ତି ଠାବ ହେବା ନେଇ ଆଶା କରାଯାଉଛି ।