କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର । ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କୁ ଧରିଲା ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ଲାଞ୍ଚ ନେଉଥିଲେ । ତହସିଲଦାରଙ୍କ ଘର ସମେତ ୪ଟି ସ୍ଥାନରେ ଚାଲିଛି ରେଡ୍ ।
ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ତହସିଲଦାର ଶିବ ମଲ୍ଲିକ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ଗରଦପୁର ବ୍ଲକ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ନିକଟରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ତହସିଲଦାରଙ୍କର ପୈତୃକ ଘର, କ୍ବାଟର, ଅଫିସ କାର୍ଯ୍ୟାଳୟ ସମେତ ୬ ଟି ସ୍ଥାନରେ ଏକାସାଙ୍ଗରେ ଚଢାଉ ଚାଲିଛି । ଏହି ଚଢାଉରେ କଟକ ଓ କେନ୍ଦ୍ରାପଡାର ଭିଜିଲାନ୍ସ ଟିମ୍ ସାମିଲ ଅଛନ୍ତି ।