ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ସ୍କୁଲ ଗାଡ଼ି ଯାଞ୍ଚ ପ୍ରକ୍ରିୟା । ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନର କଡ଼ାକଡ଼ି ହେବ ଚେକିଂ ଅଭିଯାନ । ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତ୍ରାକୁ ନଜରରେ ରଖି ଆଜିଠୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସ୍ପେଶାଲ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ଇନ୍ସୁରାନ୍ସ,, ପଲ୍ୟୁସନ ସାର୍ଟିଫିକେଟ ପରମିଟ ଆଦିର ଯାଞ୍ଚ କରାଯାଉଛି ।
ଅନ୍ୟପକ୍ଷେ, ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟତକୁ ପରିବହନ ବିଭାଗ ଗୁରୁତ୍ବ ଦେଇଛି । ପିଲାଙ୍କ ପରିବହନ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଯାନ ଗୁଡ଼ିକରେ ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଏବଂ ଚାଳକଙ୍କ ଲାଇସେନ୍ସ ଯାଞ୍ଚ୍ କରାଯାଉଛି । ତେବେ ସପ୍ତାହେ ବ୍ୟାପୀ ଆରମ୍ଭ ହୋଇଥିବା ଏହି ଯାଞ୍ଚ ପ୍ରକ୍ରିୟାର ରିପୋର୍ଟ ୨୮ ତାରିଖରେ ସବମିଟ କରିବାକୁ ଆଞ୍ଚଳିକ ପରିବନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ନଜରରେ ରଖି ପିଲାଙ୍କ ସୁରକ୍ଷିତ ଯାତାୟାତ ପାଇଁ ପରିବହନ ବିଭାଗ ଏହି ଧରପଗଡ଼ ଆରମ୍ଭ ହୋଇଛି ।