ସିଗାରେଟ ଭିତରେ ଗଞ୍ଜେଇ ଭର୍ତ୍ତି କରି କରାଯାଉଥିବା ବିକ୍ରି, ଖବର ପାଇ ଅତର୍କିତ ଚଢାଉ କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର-: ଚାଲିଥିଲା ବେଆଇନ ଗଞ୍ଜେଇ ବେପାର । ସିଗାରେଟ ଭିତରେ ଗଞ୍ଜେଇ ଭର୍ତ୍ତି କରି କରାଯାଉଥିବା ବିକ୍ରି । ଖବର ପାଇ ଅତର୍କିତ ଚଢାଉ କଲା ଓଡ଼ିଶା ପୋଲିସ ଏବଂ ସ୍ପେଶାଲ ଟାସ୍କ ଫୋର୍ସ । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରି ବିପୁଳ ପରିମାଣର ଗଞ୍ଜେଇ କରିଛି ପୋଲିସ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅବହଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୪ ମାର୍କେଟ ଅଞ୍ଚଳରେ ।

ସୂଚନା ଅନୁସାରେ, ଶୁକ୍ରବାର ୟୁନିଟ୍‌-୪ ମାର୍କେଟ ଅଞ୍ଚଳର ବିଭିନ୍ନ ଦୋକାନ ଏବଂ ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ପୋଲିସ ଓ ଏସଟିଏଫର ଏକ ମିଳିତ ଦଳ ଏକକାଳୀନ ଚଢ଼ାଉ କରିଥିଲେ । ତଦନ୍ତ ସମୟରେ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଗଞ୍ଜେଇକୁ ଗୁଣ୍ଡ କରି ସିଗାରେଟରେ ପୁରାଇ ଅବୈଧ ଭାବେ ବିକ୍ରି କରୁଥିଲେ । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରିରଖିଛି ।