କଟକ: ଯୁକ୍ତ ୨ ପାଠ୍ୟକ୍ରମରେ ପରିବର୍ତ୍ତନ । ପାଠ୍ୟକ୍ରମରେ ବାଧ୍ୟତାମୂଳ ଇଂରାଜୀରେ ରହିବ ‘ପରିବେଶ ଶିକ୍ଷା’ ୟୁନିଟ୍ । MIL ବିଷୟରେ ଅନ୍ତର୍ଭୁକ୍ତ ହେଲା ‘ମୂଲ୍ୟବୋଧ ଶିକ୍ଷା’ ୟୁନିଟ୍ । ସେହିପରି ପରିବେଶ ଏବଂ ମୂଲ୍ୟବୋଧ ଶିକ୍ଷା ଉପରେ ପରୀକ୍ଷାରେ ଆସିବ ପ୍ରଶ୍ନ । ୨୦୨୫-୨୬ ଶିକ୍ଷା ବର୍ଷର ଯୁକ୍ତ ୨ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ୨୦୨୬ ବୋର୍ଡ ପରୀକ୍ଷାରେ ଉଭୟ ବିଷୟରେ ପ୍ରଶ୍ନ ଆସିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବ ପ୍ରଶ୍ନ ଢାଞ୍ଚା ଅନୁସାରେ ମୂଲ୍ୟ ଶିକ୍ଷା ଅଂଶରୁ ପ୍ରଶ୍ନ ପ୍ରସ୍ତୁତ କରାଯିବ । ପରିବେଶ ଶିକ୍ଷା ଏବଂ ମୂଲ୍ୟବୋଧ ଶିକ୍ଷା ଉଭୟ ବାର୍ଷିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରୀକ୍ଷା ୨୦୨୬ ରୁ କାର୍ଯ୍ୟକାରୀ ହେବ। ଅର୍ଥାତ୍ ବର୍ତ୍ତମାନ ୨୦୨୫-୨୬ ଶିକ୍ଷାବର୍ଷରେ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ନୂତନ ଭାବରେ ସାମିଲ ହୋଇଥିବା ବିଷୟଗୁଡ଼ିକର ପରୀକ୍ଷା ଦେବେ।