ଓଡ଼ିଶା ମାଷ୍ଟର୍ସ ରାଙ୍କିଙ୍ଗ ବାଡମିନଟନ ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦ୍ଘାଟିତ

କଟକ(ଜଗନ୍ନାଥ ମହାନ୍ତି): କଟକ କମଳାକାନ୍ତ ବିଦ୍ୟାପୀଠ ପରିସରରେ ନୃସିଂହ ମଲ ଅଡିଟୋରିଅମରେ ଆରମ୍ଭ ହୋଇଛି ଅଲ ଓଡ଼ିଶା ମାଷ୍ଟର୍ସ ରାଙ୍କିଙ୍ଗ ବାଡମିନଟନ ଟୁର୍ଣ୍ଣାମେଣ୍ଟ, ୨୦୨୧ । ଶିଖରପୁର ଇଷ୍ଟର୍ଣ୍ଣ କ୍ଳବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ କଟକ ଏବଂ ଅନ୍ୟାନ ଜିଲ୍ଳାରୁ ୬୫ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ୩ ଦିନର ଏହି ପ୍ରତିଯୋଗୀତାର ସିଙ୍ଗଲ୍ସ ଏବଂ ଡବଲ୍ସ ପ୍ରତିଯୋଗୀତା ନକ୍ ଆଉଟ୍ ଆଧାରରେ ଚାଲିଛି । ପ୍ରାରମ୍ଭିକ ପର୍ୟ୍ୟାୟରେ ମୁକାବିଲା ଗୁଡ଼ିକ ବେଶ ରୋମାଞ୍ଚକର ହେଉଥିବା ବେଳେ ଆଗକୁ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି ଟୁର୍ଣ୍ଣାମେଣ୍ଟର ଆୟୋଜକ ।