ସୁରକ୍ଷା ଦାବିରେ ସାମ୍ବାଦିକଙ୍କ ଧାରଣା

(ରିପୋର୍ଟସ ଟୁଡେ) : ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଉଛି । ତେଣୁ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ ଆଣିବା ଦାବିରେ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ସାମ୍ବାଦିକମାନେ ଏକାଠି ହୋଇଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକାମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ଏହି ଆନ୍ଦୋଳନରେ ପ୍ରାୟ ସମସ୍ତ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଛନ୍ତି । କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଘୋର ନିନ୍ଦା କରିବା ସହ ସେମାନଙ୍କୁ ସୁରକ୍ଷା ଦାବି କରିଛି ସାମ୍ବାଦିକ ସଂଘ । ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କୁ ଗିରଫ କରିବାକୁ ସଂଘ ଦାବି କରିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଦୁଇ ଦିନ ତଳେ ବାଲେଶ୍ୱର ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ସେପଟେ ପୁରୀରେ ସାମ୍ବାଦିକମାନେ ଖବର ସଂଗ୍ରହ କରୁଥିବାବେଳେ ପୋଲିସ ଲାଠିଚାର୍ଜ କରିଥିଲା । ଫଳରେ କିଛି ସାମ୍ବାଦିକ ଆହତ ହୋଇଥିଲେ ।