ସିବିଆଇ ଏସପି ଭାବେ ନିଯୁକ୍ତ ହେଲେ ଓଡିଶା ଆଇପିଏସ ଅଫିସର

ଭୁବନେଶ୍ୱର : ସିବିଆଇ ଏସପି ଭାବେ ନିଯୁକ୍ତ ହେଲେ ଓଡିଶା ଆଇପିଏସ ଅଫିସର କେ ଶିବ ଶୁବ୍ରମଣୀ । ଢେଙ୍କାନାଳର ବର୍ତ୍ତମାନ କାର୍ଯ୍ୟରତ ଏସପି ଓ ୨୦୧୦ ଓଡିଶା ବ୍ୟାଚର ଆଇପିଏସ ଅଫିସରକେ ଶିବ ସୁବ୍ରମଣୀ ସିବିଆଇ ବିଭାଗର ସୁପରିଟେଣ୍ଡେଟ ଅଫ ପୋଲିସ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏହି ପୋଷ୍ଟର ଦାୟିତ୍ୱ ଗ୍ରହଣ କରିବାର ଦିନ ଓ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାରି ବର୍ଷ ପାଇଁ ଡେପୁଟେସନ ଆଧାର ରେ ରହିବେ ।