ଜିଏସଟି ଆଦାୟରେ ଓଡିଶା ପାଇଛି ସଫଳତା

ଭୁବନେଶ୍ୱର: ଜିଏସଟି ଆଦାୟରେ କ୍ରମାଗତ ସଫଳତା ପାଇଚାଲିଛି ଓଡିଶା । ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସାଲା ବାବଦକୁ ରାଜ୍ୟକୁ ମିଳିବାକୁ ଥିବା ଅର୍ଥରାଶି ୭୨୨୫.୨୫ କୋଟି ଟଙ୍କାରେ ପହଞ୍ଚିଛି । ଗତବର୍ଷ ଜୁଲାଇ ସୁଦ୍ଧା ଏ କ୍ଷେତ୍ରରେ ହୋଇଥିବା ୬୦୮୫.୨୭ କୋଟି ଟଙ୍କାର ସଂଗ୍ରହ ପରିମାଣ ତୁଳନାରେ ୧୯.୨୬ ପ୍ରତିଶତ ଅଭିବୃଦ୍ଧି ଘଟିଛି ।