ଓଡିଶା ଗ୍ରାମ୍ୟବ୍ୟାଙ୍କ ଚେୟାରମ୍ୟାନଙ୍କୁ ହଟାଇବା ପାଇଁ ତେଜିଲା ଆନ୍ଦୋଳନ

ଭୁବନେଶ୍ୱର(ଆଦର୍ଶ ରାଉତ): ୩ଦଫା ଦାବୀ ନେଇ ଆଜି ଗ୍ରାମ୍ୟବ୍ୟାଙ୍କ ମୁଖ୍ୟ କାର୍ୟ୍ୟଳୟ ଓ ଆଞ୍ଚଳିକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଅସ୍ସୋସିଏସନ ଅଫ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସରର କର୍ମଚାରୀମାନେ । ଓଡିଶା ଗ୍ରାମ୍ୟବ୍ୟାଙ୍କର ଅଧକ୍ଷ, ମୋହନ ଏମ ଓ ଜେନେରାଲ ମ୍ୟାନେଜେର ଜଗନ୍ନାଥ ପ୍ରସାଦ ନାୟକ ବ୍ୟାଙ୍କରେ ମନମୁଖୀ ଶାସନରେ କର୍ମଚାରୀମାନେ ଅତିଷ୍ଟ ହୋଇପଡିଲେଣି । ବ୍ୟାଙ୍କର ନିୟମ କାନୁନ ଭ୍ରୁକ୍ଷେପ ନକରି କର୍ମଚାରୀମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜର ମନମୁଖୀ ଶାସନ ଚଳାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମ୍ୟ ବ୍ୟାଙ୍କର ଅଫିସରମାନେ ।

ଅଫିସରମାନଂକୁ ପ୍ରୋମୋସନ ସମୟରେ ଉପଯୁକ୍ତ ଟ୍ରେନିଂ ଓ ବିନା ମ୍ୟାନେଜେର ଭାବେ ନିଯୁକ୍ତି ଦେଇ ମାନସିକ ନିର୍ୟାତନା ଦେଉଛନ୍ତି । ଉପଯୁକ୍ତ ସମୟ ନଦେଇ, ବଦଳି କରି ତତକ୍ଷଣକ୍ଷତ ଅନ୍ୟ ବଦଳି ଜାଗାରେ ଯୋଗ ଦେବାପାଇଁ ବାଧ୍ୟ କରାଯାଉଛି, ନକଲେ ଦୂର ଜାଗାକୁ ବଦଳି ନଚେତ ସସପେନସନର ଧମକ ଦିଆଯାଉଛି ।

ସଦ୍ୟ ଫୁଲନଖରା ଶାଖାର ଜଣେ ମହିଳା କର୍ମଚାରୀ ବାଧ୍ୟ ହୋଇ ରେଜିଗନେସନ ଦେଇଛନ୍ତି । ଅମାନୁଷିକ କାର୍ୟ୍ୟ କରିବାକୁ ପଛଉନାହାନ୍ତି । ଦିବାକର ସିଂହ ନାମକ ଜଣେ ଅଫିସରଙ୍କୁ କରୋନାରେ ପୀଡିତ ହୋଇ ଚିକିସ୍ଥିତ ସମୟରେ, ଅବସରଦିନ, ଚାର୍ଜସିଟ ତାଙ୍କର ପୁଅ ହାତରେ ପିତାଙ୍କୁ ଦେବେ ଉଦ୍ଦେଶ୍ୟରେ ଦିଆଯାଇ ଥିଲା,. ଏହାପାଇ ଦିବାକର ସିଂହ ଚିନ୍ତିତ ହୋଇ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମାତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲକ୍ଷ, ଶେଷରେ ପୁଅ ମଧ୍ୟ ମୃତ୍ୟୁ ବରଣ କଲେ. ନିକଟରେ ଗଣେଶ ପାଇକରାୟ ନାମକ ଜଣେ ଅଫିସର , ଉଚ୍ଚ ସ୍ତରୀୟ ଅଫିସରଙ୍କ ନିର୍ୟାତନା ସହିନପାରି ସେପ୍ଟେମ୍ବର ୧୬ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରି, କଟକ ବଡ ମେଡିକାଲ ଓ଼ ପରେ, ଆପୋଲୋ ହସ୍ପିଟାଲରେ ଚିକିସ୍ଥା ହୋଇ ଫେରଛନ୍ତି ।

ବ୍ୟାଙ୍କ ଚଳାଇବାପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ନଦେଇ, ଗ୍ରହକମାନଙ୍କୁ ଉପଯୁକ୍ତ ସେବା ଦେବାରେ ବଞ୍ଚିତ କରାଇ, କର୍ମଚାରୀଙ୍କୁ, ଗ୍ରାହକଙ୍କ ଅସନ୍ତୋଷ ର ଶିକାର ହେବାର ସୁଯୋଗ ଦେଉଛନ୍ତି । ବ୍ୟାଙ୍କକୁ ସୁଚାରୁରୂପେ ଚଳାଇବା ପାଇଁ ଏମାନଂକର ଇଛା ଶକ୍ତିର ଅଭାବ କିମ୍ବା ଦକ୍ଷତାର ଅଭାବ । ବ୍ୟାଙ୍କକୁ ସୁଚାରୁରୂପେ ଚଳାଇବା ପାଇଁ, କର୍ମଚାରୀ ଓ଼ ଏହା ଉପେର ନିର୍ଭର କରୁଥିବା ତାଙ୍କର ପରିବାରବର୍ଗଙ୍କ ଭଲ ନିମନ୍ତେ, ତଥା ବ୍ୟାଙ୍କ ଉପରେ ନିର୍ଭର କରୁଥିବା ଗ୍ରାହକ ଙ୍କ ମଙ୍ଗଳ ନିମନ୍ତେ,ବର୍ତମାନର ଅଧକ୍ଷ, ଓ଼ ଜେନେରାଲ ମ୍ୟାନେଜେର ଙ୍କୁ ହଟାଇ,ତାଙ୍କ ସ୍ଥାନରେ ନୂତନ ଲୋକଙ୍କୁ ନିଯୁକ୍ତି ଦେବାପାଇଁ ଦାବିକରାଯାଉଅଛି । ଏଥି ସହିତ ଏହି ବ୍ୟାଙ୍କର ସ୍କେଲ ୪ ଅଧିକାରୀଙ୍କୁ ବ୍ୟାଙ୍କର ଜେନେରାଲ ମ୍ୟାନେଜେର ନିଯୁକ୍ତି ଦେବାପାଇଁ ଦାବି କରାଯାଉଛି ।

AIRRBEAର ଆହ୍ୱାନକ୍ରମେ ୨୭ ସେପ୍ଟେମ୍ବର ରେ ଭାରତବନ୍ଦ ଡାକରାକୁ ପୁର୍ଣ୍ଷ ସମର୍ଥନ ଜଣାଇ ଓ଼ ନିଜର ଦାବିପାଇଁ ଓଡିଶା ଗ୍ରାମ୍ୟବ୍ୟାଙ୍କର ଅଫିସର ଓ଼ କର୍ମଚାରୀମାନେ ଏଥିରେ ସାମିଲ ହୋଇଛନ୍ତି.ଏ ଓ଼ ଜି ବି ଓ଼ ସଭାପତି ଅସିତ କୁମାର ଖଣ୍ଡାଇ ଓ଼ ସାଧାରଣ ସମ୍ପାଦକ ସତ୍ୟବ୍ରତ ନନ୍ଦ ଙ୍କ ନେତୃତରେ ଏହି ବନ୍ଦପାଳନ ଓ଼ ଧାରଣା ପରିଚାଳିତ ହେବ ।