ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଇଁ ଖୁସି ଖବର, ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଇଁ ଖୁସି ଖବର। ପଦୋନ୍ନତି ଦେଲେ ରାଜ୍ୟ ସରକାର। କେନ୍ଦ୍ରୀୟ ଡେପ୍ୟୁଟେସନରେ ଥିବା ଆଇପିଏସ୍‍ ଅଧିକାରୀମାନେ ମଧ୍ୟ ପଦୋନ୍ନତି ହାସଲ କରିଛନ୍ତି ।IPS ସତ୍ୟଜିତ ନାୟକ, IPS ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା IPS ପ୍ରକାଶ ଆର, IPS ଅନୁପମା ଜେମସ ଏବଂ IPS ଏଲ ଦିବ୍ୟା ଭିଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି ।

ଆଇଜି ଏସ୍‌ ସାଇନିଙ୍କୁ ଅତିରିକ୍ତ ଡିଜି ପାହ୍ୟା, ଆଇପିଏସ୍‌ ମଡକର ସନ୍ଦୀପ ସମ୍ପତଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇପିଏସ୍ ସୁଧାଂଶୁ ଶେଖର ମିଶ୍ରଙ୍କୁ ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି କରାଯାଇଥିବାବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୂର୍ୟା ଥାଙ୍କାପାନଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ସେହିଭଳି ସିଦ୍ଧାର୍ଥ କଟାରିଆ, ପ୍ରହଲ୍ଲାଦ ସାହାଇ ମୀନା ଏବଂ ସ୍ୱାଥି ଏସ କୁମାରଙ୍କୁ IPS ରେ ଜୁନିଅର ପ୍ରଶାସନିକ ଗ୍ରେଡକୁ ପଦୋନ୍ନତି ମିଳିଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।