ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିବା ରାମଚନ୍ଦ୍ରଙ୍କୁ OPSCର ସଚିବ ଭାବେ ନିଯୁକ୍ତ । ଉଚ୍ଚଶିକ୍ଷା ବିଭାଗରେ ସ୍ୱତନ୍ତ୍ର ସଚିବ ହେଲେ ପ୍ରମୋଦ କୁମାର ମିଶ୍ର । ପ୍ରମୋଦ କୁମାର ମିଶ୍ର OPSC ସଚିବ ଥିଲେ । ସେହିପରି ଭୁବନେଶ୍ୱର ଉପଜିଲ୍ଲାପାଳ ଥିବା ଦେବବ୍ରତ ସାହୁଙ୍କୁ ଗଞ୍ଜାମ ଏଡିଏମ ଭାବେ ନିଯୁକ୍ତ ମିଳଛି । ବିଶ୍ୱରଞ୍ଜନ ରଥଙ୍କୁ ବିଡିଏ ଯୁଗ୍ମ କମିଶନର ଭାବେ ନିଯୁକ୍ତି । ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଥିବା ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଆସ୍କା କୋଅପରେଟିଭ ସୁଗାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପରିଚାଳ ନିର୍ଦ୍ଦେଶକ ଭାବ ନିଯୁକ୍ତ କରାଯାଇଛି। ସେହିପରି ବିଶ୍ୱରଞ୍ଜନ ରଥଙ୍କୁ ବିଡିଏ ଯୁଗ୍ମ କମିଶନର ଭାବେ ନିଯୁକ୍ତି କରାଯାଇଛି।
ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଥିବା ଦିବ୍ୟଲୋଚନ ମୋହାନ୍ତଙ୍କୁ ଅବକାରୀ ବିଭାଗର ଯୁଗ୍ମ କମିଶନର ଦାୟିତ୍ୱ ଦିଆଯାଇଛି। ମଧୂସୁଦନ ବେହେରାଙ୍କୁ ଭୁବନେଶ୍ୱର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ଓଏସଏସସିରେ କାର୍ୟ୍ୟରତ ଥିବା ସୂର୍ୟ୍ୟସ୍ମିତା ସାହୁଙ୍କୁ ଓଡ଼ିଶା ନିର୍ମାଣ ନିଗମ(OPSC)କୁ ବଦଳି କରାଯାଇଛି। ଆଠମଲ୍ଲିକ ଉପଜିଲ୍ଲାପାଳ ଥିବା ତରଣୀ ସୁନା ବଲାଙ୍ଗୀର ଜିଲ୍ଲାପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି। ସେହିପରି ମନୋଜ କୁମାର ତ୍ରିପାଠୀଙ୍କୁ ତାଳଚେର ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି। ଏହାପୂର୍ବରୁ ଜଗନ୍ନାଥ୍ରସାଦର ତହସିଲଦାର ଥିଲେ ମନୋଜ ତ୍ରିପାଠୀ। ଅନ୍ୟପଟେ ଧର୍ମଶାଳା ତହସିଲଦାର ଥିବା ସ୍ବାଗତ ଦାସଙ୍କୁ ବିଏମସିର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।