ଉଚ୍ଚ ମାଧ୍ୟମିକରେ ୬୪୨ ଶିକ୍ଷକ , ୨୦୬ ଅଣଶିକ୍ଷକ ପଦବୀ ଓ ୧୦୬ ଉନ୍ନତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି 

ଭୁବନେଶ୍ୱର: ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ତିଆରି କରିଛନ୍ତି । ଏଥିରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦ ରହିଛି । ଖୁବ ଶ୍ରୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।
୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦବୀ ସମେତ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଡ , ୨୪ ଲାବରୋଟୋରୀ ଆଟେଣ୍ଡ ,୧୦୬ ଆସିଷ୍ଟାଣ୍ଡ ଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ସୃଷ୍ଟି ହୋଇଛି ।
ସରକାରୀ ବିଦ୍ୟାଳୟରେ ଗୁଣାତ୍ମତ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ସବୁବେଳେ ବିଶେଷ ଧ୍ୟାନ  ଦେଇ ଆସୁଛନ୍ତି । ବିଦ୍ୟାଳୟଗୁଡିକର  ଭିତ୍ତିଭୂମି ବିକାଶ ସହ ଶିକ୍ଷକ , ଅଣଶିକ୍ଷକ ପଦରେ ନିଯୁକ୍ତି ଦେଉଛନ୍ତି । ଏହି କ୍ରମରେ ୯୦୨ ପଦବୀକୁ ମଞ୍ଜୁରି ଦେଇ ଆଉ ଏକ ପଦକ୍ଷେପ ନେଇଛନ୍ତି ।
ଚଳିତ ବର୍ଷ ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ କରିଛନ୍ତି । ଏ ସବୁ ବିଦ୍ୟାଳୟରେ ଯୁକ୍ତ ୨ ଖୋଲିଛି । ଦଶମ ପଢିସାରିବା ପରେ ଛାତ୍ରଛାତ୍ରୀ ସିଧାସଳଖ ନିଜ ବିଦ୍ୟାଳୟରେ ଯୁକ୍ତ୨ ପଢିପାରିବେ । ସେମାନଙ୍କୁ ଶିକ୍ଷାଦାନ ପାଇଁ  ଏହି ନୂତନ ଶିକ୍ଷକ ପଦବୀଗୁଡିକ  ସୃଷ୍ଟି ହୋଇଛି । ସେମାନଙ୍କୁ ଶିକ୍ଷାଦାନ ପାଇଁ ଏହି ନୂତନ ଶିକ୍ଷକ ପଦବୀଗୁଡିକ  ସୃଷ୍ଟି ହୋଇଛି । ସେହିପରି  ପ୍ରତି ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟରେ ଅଫିସ କାର୍ଯ୍ୟ , ଲାବ୍ ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାର ବିଶେଷ ଧ୍ୟାନ ଦେଇ ଅଣଶିକ୍ଷକ ପଦବୀଗୁଡିକୁ ମଞ୍ଜୁରୀ ହୋଇଛି ।