ଭୁବନେଶ୍ୱର: ପାରାଦ୍ୱୀପ ଠାରୁ 150 କିମି ଦୂରରେ ବାତ୍ୟା ଦାନା | ଆଜି ରାତିରେ ଭିତରକନିକା ଓ ଧାମରା ଭିତରେ ଲ୍ୟାଣ୍ଡଫଳ କରିବ | 11 ଟି ଜିଲ୍ଲା ପ୍ରଭାବିତ ହେବ | ସନ୍ଧ୍ୟା 5 ଟା ସୁଦ୍ଧା 11 ଟି ଜିଲ୍ଲା ପ୍ରଭାବିତ| 60 ବ୍ଲକ ର 2331 ଟି ଗାଁ, 12 ଟି ସହରାଞ୍ଚଳ, 55 ଟି ୱାର୍ଡ କ୍ଷତିଗ୍ରସ୍ତ ହେବ | 4 ଲକ୍ଷ ଲୋକ ପ୍ରଭାବିତ ହେବେ | 3 ଲକ୍ଷ 50 ହଜାର ସ୍ଥାନାନ୍ତରିତ ହେଇସାରିଲେଣି | 842 ଟି ସ୍ଥାୟୀ, 6445 ଟି ଅସ୍ଥାୟୀ ରିଲିଫ ସେଣ୍ଟର ରହିଛି | 4756 ଟି ରିଲିଫ ସେଣ୍ଟର ଅପରେସନାଲ ଭାବେ ରହିଛି | ସମସ୍ତ ଯିବ ଜନ୍ତୁ ପାଇଁ ବ୍ୟବସ୍ଥା ହୋଇଛି | 360 ଟି ଜାଗା ରେ ପଶୁ ମାନଙ୍କ ପାଇଁ ବ୍ୟବସ୍ଥା | 6454 ପଶୁ ସ୍ଥାନାନ୍ତରିତ ହୋଇସାରିଲେଣି | 160 କୁଇଣ୍ଟାଲ ଡ୍ରାଇଫୁଡ, 93 କୁଇଣ୍ଟାଲ ରାଇସ ଫୁଡ ଦିଆଯାଇଛି | ସବୁ ରିଲିଫ ସେଣ୍ଟରରେ ରୋଷେଇ ଖାଦ୍ୟ ଦିଆଯାଉଛି | ଘରୁଆ ଖାଦ୍ୟ ଦିଆଯାଉଛି | ଶିଶୁ ମାନଙ୍କୁ କ୍ଷୀର ଓ ଖାଦ୍ୟ ଦିଆଯିଅଛି | 213 ଟି ମେଡିକାଲ ଟିମ ନିୟୋଜିତ ଅଛନ୍ତି | ଭେଟନାରୀ ପାଇଁ 120 ଟିମ ନିୟୋଜିତ | 3 ହଜାର 700 ଗର୍ଭବତୀ ମହିଳା ମେଡିକାଲ କୁ ସ୍ଥାନାନ୍ତରିତ | 2 ଟି ମା ପ୍ରସବ କରିଛନ୍ତି | 385 ଟିମ ରେସକ୍ୟୁପାଇଁ ପ୍ରସ୍ତୁତ | NDRF 19,ଓଡ୍ରାଫ 51,OFDC ଗଛ କଟିବା ପାଇଁ 95 ଟିମ, ଅଗ୍ନିଶମ 220 ଟି ଟିମ ନିୟୋଜିତ ଅଛନ୍ତି | ମୁଖ୍ୟମନ୍ତ୍ରୀ SRC ଙ୍କ କାର୍ଯ୍ୟାଳୟ ଆସି ସମୀକ୍ଷା କରିବେ | ବାତ୍ୟାର ଆଖି ସ୍ପଷ୍ଟ ନାହିଁ | ସବୁଠାରୁ ବେଶୀ ବର୍ଷା କେନ୍ଦ୍ରାପଡ଼ା ରେ 23 ମିଲି ମିଟର, ଜଗତସିଂହପୁର 13 ମିଳିମିଟର, ଯାଜପୁର 12,ବାଲେଶ୍ୱର 8.9 ମିଳିମିଟର ବର୍ଷା ହୋଇଛି | ଗୁଡିଏ ଜାଗାରେ ଗଛ ପଡିଛି ସଙ୍ଗେ ସଙ୍ଗେ ରାସ୍ତା ସଫା ହେଉଛି | 256 ଟି ଟିମ RD ଡିପାର୍ଟମେଣ୍ଟ ର ଟିମ ନିୟୋଜିତ ଅଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ନାହିଁ |