ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ୨୦ ତାରିଖରେ ଝାରସୁଗୁଡ଼ା ଦେଇ ଛତିଶଗଡ଼ ଯିବେ ରାଷ୍ଟ୍ରପତି । ୨୭ରେ ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ।

ସୂଚନା ଅନୁସାରେ, ୨୦ରେ ସକାଳ ୧୦ଟା ୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ଝାରସୁଗୁଡ଼ାରୁ ବାୟୁସେନା ହେଲିକପ୍ଟରରେ ଛତିଶଗଡ଼ ଅମ୍ବିକାପୁର ଯିବେ । ୨୭ରେ ଅପରାହ୍ୱ ୨ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ଅପରାହ୍ନ ୪ଟାରେ ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସ ଉଦ୍‌ଘାଟନ କରିବେ । ଅପରାହ୍ନ ୪ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାରେ ସମ୍ବୋଧନ କରିବେ । ୨୮ ତାରିଖ ସକାଳ ୯ଟା ୩୫ରେ ଭୁବନେଶ୍ବର ବିମାନ ବନ୍ଦରରୁ ଲକ୍ଷ୍ନୌ ବାହାରିବେ ମହାମହିମ ।

ରାଷ୍ଟ୍ରପତି ଶୀତ ଅଧିବେଶନରେ ବିଧାନସଭାକୁ ସମ୍ବୋଧନ କରିବେ। ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଜଣେ ରାଷ୍ଟ୍ରପତି ସମ୍ବୋଧନ କରିବେ। ଓଡ଼ିଶା ବିଧାନସଭାର ନିମନ୍ତ୍ରଣକୁ ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ବିଧାନସଭାକୁ  ସମ୍ଵୋଧନ କରିବା ଏକ ସ୍ମରଣୀୟ ଅଭିଜ୍ଞତା ହେବ ।