ମାଓ ଦମନ ନେଇ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଶେଷ

(ଆଦର୍ଶ ରାଉତ): ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମାଓ ଦମନ ଚିନ୍ତା। ବିଶେଷ କରି ଆନ୍ଧ୍ର-ଓଡ଼ିଶା ସୀମାରେ କିଭଳି ମାଓ ଗତିବିଧି ଉପରେ ନିୟନ୍ତ୍ରଣ କରିହେବ, ସେ ନେଇ ଭୁବନେଶ୍ୱରରେ ଅନୁଷ୍ଠିତ ହେଇଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଆନ୍ଧ୍ରପ୍ରଦେଶ ପୁଲିସ୍‌ ଡିଜି ଆର.ପି. ଠାକୁର , ଓଡିଶା ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଙ୍କ ସମେତ ଉଭୟ ରାଜ୍ୟ ର ବରିଷ୍ଠ ପୁଲିସ୍ ଅଧିକାରୀ ସାମିଲ ହୋଇଥିଲେ ।

ଆଗକୁ ଆସୁଥିବା ପାର୍ବଣ ଋତୁ ପୂବରୁ ମାଓ ଦମନ ନେଇ ବୈଠକରେ ଆନ୍ଧ୍ର ଓ ଓଡିଶା ପୁଲିସ ଦ୍ୱାରା ପ୍ରସ୍ତୁତ ହୋଇଥିବା ବ୍ଲୁପ୍ରିଂଟ ଉପରେ ଆଲୋଚନା ହେଲା । ମାଓ ଦମନ ନେଇ ପୋଲିସ ତତ୍ପରତା ପ୍ରକାଶ କରିଥିବାବେଳେ ଦୁଇ ରାଜ୍ୟର ସମନ୍ୱୟରେ ଅପରେସନକୁ ଜୋରଦାର କରିବାକୁ ନିଷ୍ପତି ନିଆଯାଇଛି । ସବୁ ମାସରେ ଡିଜିପି ମାନଙ୍କ ମଧ୍ୟରେ ମାଓ ଦ୍ମନକୁ ନେଇ ଆଲୋଚନ ହେବା ସହ ପ୍ରତେକ ମାଓବାଦୀ ଅଚଂଳର ଏସପି ବୈଠକ କରିବେ । ତାସହ କେନ୍ଦ୍ରକୁ ମାଓ ଅଚଂଳକୁ ଅଧିକ ସୁରକ୍ଷା ପାଇଁ ଆବେଦନ କରାଯିବ । ଡ୍ରୋନ କ୍ୟାମେରା ଦ୍ୱାରା ମାଲକାନାଗିରି ର ଗୁରୁପ୍ରିୟା ସେତୁ ଅଂଚଳରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯିବା ନେଇ ମଧ୍ୟ ଆଲୋଚନା ହେଇଥିଲା ।