କଟକ: ବାତ୍ୟା ‘ମୋନ୍ଥା’ ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି । ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣର ଶେଷ ତାରିଖ । ୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ । କଲେଜ କର୍ତ୍ତୃପକ୍ଷଙ୍କ ନିବେଦନ ପରେ CHSEର ନିଷ୍ପତ୍ତି ।

ଖବର ଅନୁଯାୟୀ, ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ଲାଗି ଫର୍ମ ପୂରଣ ଅକ୍ଟୋବର ୨୮ରେ ହେବାର ଥିଲା । ହେଲେ ବାତ୍ୟା ମୋନ୍ଥା ଲାଗି ଫର୍ମ ପୂରଣ ହୋଇପାରିନାହିଁ । ଯାହାକୁ ନେଇ ଅନେକ କଲେଜରେ ଫର୍ମ ପୂରଣ ହୋଇପାରିନଥିଲା । ଶେଷରେ ଅନେକ କଲେଜ ବୋର୍ଡକୁ ତାରିଖ ଅବଧିକୁ ବୃଦ୍ଧି କରିବା ଲାଗି ନିବେଦନ କରିଥିଲେ । କଲେଜଙ୍କ ଆବେଦନକୁ ବିଚାରକୁ ନେଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯୁକ୍ତ ଦୁଇ ଫର୍ମପୂରଣ ପାଇଁ ତାରିଖ ନଭେମ୍ବର ୩ ତାରିଖ ଯାଏଁ ଘୁଞ୍ଚାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।