ନୀତି ଆଯୋଗ ବୈଠକରେ ଯୋଗ ଦେଲାନି ଓଡିଶା

ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକରେ ଯୋଗ ଦେଇନାହିଁ ଓଡ଼ିଶା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନାହାନ୍ତି। ନବୀନ ନୀତି ଆୟୋଗ ବୈଠକରେ ଯୋଗ ନ ଦେବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଯୋର ଧରିଛି। ଏନେଇ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀମାନେ ହିଁ ଯୋଗଦେବେ ବୋଲି ନିୟମ ଥିଲା। ଏହି ବୈଠକରେ ପଶ୍ଚିମବଙ୍ଗ ବିହାର, ରାଜସ୍ଥାନ, ଦିଲ୍ଲୀ, କେରଳ, ତେଲେଙ୍ଗାନା ଓ ପଞ୍ଜାବର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେଇ ନାହାନ୍ତି।