ଦେଶର ପ୍ରଥମ ମହିଳା ଭାବେ ସମ୍ମାନଜନକ IUPAC ୨୦୨୩ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଆ ବୈଜ୍ଞାନିକ
ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ |
ଭୁବନେଶ୍ୱର : ଦେଶର ପ୍ରଥମ ମହିଳା ଭାବେ ସମ୍ମାନଜନକ IUPAC ୨୦୨୩ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି | ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଟ୍ୱିଟ ମାଧ୍ୟମରେ ସେ କହିଛନ୍ତି ଯେ, ରସାୟନ ବିଜ୍ଞାନ କ୍ଷେତ୍ରରେ ସେ ଅର୍ଜନ କରିଥିବା କୃତିତ୍ୱ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏଥିସହ ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ |
ଦେଶର ପ୍ରଥମ ମହିଳା ଭାବେ ସମ୍ମାନଜନକ @IUPAC ୨୦୨୩ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଉଛି। ରସାୟନ ବିଜ୍ଞାନ କ୍ଷେତ୍ରରେ ସେ ଅର୍ଜନ କରିଥିବା କୃତିତ୍ୱ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି।
— Naveen Patnaik (@Naveen_Odisha) March 12, 2023